ଭୁବନେଶ୍ବର: ଆଜି ହେଉଛି ଭୂମିପୁତ୍ର ବିଜୁବାବୁଙ୍କ 104ତମ ଜନ୍ଜ ଜୟନ୍ତୀ । ଭାରତ ସହ ବିଦେଶରେ ମଧ୍ୟ ତାଙ୍କ ଜନ୍ମ ଜୟନ୍ତୀକୁ ବେଶ ଉତ୍ସାହର ସହ ପାଳନ କରୁଛନ୍ତି ଲୋକେ । ଏହି ଅବସରରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ତାଙ୍କ ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ଏକ ମିନି ମାରାଥନର ଆୟୋଜନ କରିଛନ୍ତି। ଯାହାକୁ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।
ବିଜୁବାବୁଙ୍କ ଜୟନ୍ତୀରେ ମିନି ମାରାଥନ
ଆଜି ବିଜୁ ବାବୁଙ୍କ 104ତମ ଜନ୍ମ ଜୟନ୍ତୀକୁ ବେଶ ଉତ୍ସାହର ସହ ପାଳନ କରୁଛନ୍ତି ଲୋକେ । ଏନେଇ ଏକ ମିନି ମାରାଥନର ଆୟୋଜନ କରିଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ । ଅଧିକ ପଢନ୍ତୁ...
ବିଜୁବାବୁଙ୍କ ଜୟନ୍ତୀରେ ମିନି ମାରାଥନ
ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ବିଜୁ ପଟ୍ଟନାୟକ ପାର୍କ ଠାରୁ ଶିଶୁ ଭବନ ଛକ,ରାଜମହଲ ଛକ,ଏଜି,ରାଜଭବନ ,ପାୱାର ହାଉସ ଛକଦେଇ କଳିଙ୍ଗ ଷ୍ଟାଡିୟମ ନିକଟରେ ପହଞ୍ଚିବେ। ଏହା ସହ ସଫଳତାର ସହ ଦୌଡ଼ ଶେଷ କରିଥିବା ବ୍ୟକ୍ତିଙ୍କୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ