ଓଡିଶା

odisha

ETV Bharat / city

5 ବର୍ଷରେ ଖଣିରୁ ସର୍ବାଧିକ ଆୟ କରିଛି ଓଡିଶା - ଓଡିଶାର ଖଣିଜ ରାଜସ୍ବ ଦୁଇ ଗୁଣା ବୃଦ୍ଧି

ଗତ 5 ବର୍ଷର ତଥ୍ୟରୁ ଓଡିଶାର ଖଣିଜ ରାଜସ୍ବ ଦୁଇ ଗୁଣା ବୃଦ୍ଧି ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

mines-revenue-doubled-in-5-years-odisha-economic-survey-report
ରାଜ୍ୟ ଖଣି ରାଜସ୍ବରେ ଦୁଇଗୁଣା ବୃଦ୍ଧି

By

Published : Feb 17, 2020, 5:21 PM IST

ଭୁବନେଶ୍ବର: ରାଜ୍ୟର ଖଣି ରାଜସ୍ବରେ ଦୁଇଗୁଣା ବୃଦ୍ଧି ଘଟିଛି । ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତ ପାଞ୍ଚ ବର୍ଷ ତଥ୍ୟରୁ ଖଣିରୁ ସର୍ବାଧିକ ଆୟ ଆସିଥିବା ଜଣାପଡିଛି ।

ରାଜ୍ୟ ଖଣି ରାଜସ୍ବରେ ଦୁଇଗୁଣା ବୃଦ୍ଧି

2018-19 ଆର୍ଥିକ ବର୍ଷରେ ଖଣିରୁ 10 ହଜାର 4ଶହ 79 କୋଟି ଟଙ୍କା ଆୟ ହୋଇଛି । 2014-15 ମସିହାରେ ଖଣି ରାଜସ୍ବ 5 ହଜାର 5ଶହ 19 କୋଟି ରହିଥିବା ବେଳେ 2018-19 ମସିହାର ରିପୋର୍ଟରେ ଏହା ଦ୍ବିଗୁଣିତ ହୋଇଛି । 1990-91 ମସିହାରେ ରାଜ୍ୟର ନିଜସ୍ବ ଟିକସକୁ ଖଣିର 2.6 ପ୍ରତିଶତ ଅବଦାନ ରହିଥିବା ବେଳେ ବର୍ତ୍ତମାନ ଏହା 23.50 ପ୍ରତିଶତକୁ ବୃଦ୍ଧି ପାଇଛି ।

14ଟି ରାଜ୍ୟର ଅଭିବୃ୍ଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି । ଏହି 14ଟି ରାଜ୍ୟ ତାଲିକାରେ ଓଡିଶା ସାମିଲ ହୋଇଛି । ସେହିପରି 4ଟି ରାଜ୍ୟ( ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ବିହାର)ର ଅଭିବୃଦ୍ଧି ହାର 10 ପ୍ରତିଶତ ରହିଛି । ତେବେ ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଛତିଶଗଡ ଜାତୀୟ ହାରରୁ ତଳେ ରହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details