ଭୁବନେଶ୍ବର: ଆସନ୍ତା ଜୁଲାଇ ମାସରେ ରାଜ୍ୟରେ ଆରମ୍ଭ ହେବ 9ଟି ଖଣିର ନିଲାମୀ ପ୍ରକ୍ରିୟା । ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଲାମ ହେବାକୁ ଥିବା ଖଣି କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ରହିଥିବା ଜଣାପଡିଛି । ସୁନ୍ଦରଗଡର ପୁରେଇବାହଲ ଲୁହାପଥର ଖଣି, ଚାନ୍ଦିପୋଷୀ, ଝୁମୁକା ପତ୍ରିପୋଷୀ, ଢୋଲଟା ପାହାଡ଼, ନେତ୍ରବନ୍ଧ ପାହାଡ଼ରେ ୱେଷ୍ଟ ଆଇରନ ବ୍ଲକ ରହିଥିବା ସୂଚନା ରହିଛି ।
ଜୁଲାଇରେ ରାଜ୍ୟରେ ହେବ 9ଟି ଖଣି ନିଲାମ - ରାଜ୍ୟରେ ଖଣି ନିଲାମ ପ୍ରକ୍ରିୟା
ଆସନ୍ତା ଜୁଲାଇ ମାସରେ ରାଜ୍ୟରେ ଆରମ୍ଭ ହେବ 9ଟି ଖଣିର ନିଲାମୀ ପ୍ରକ୍ରିୟା । ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଲାମ ହେବାକୁ ଥିବା ଖଣି କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ରହିଥିବା ଜଣାପଡିଛି ।
ଜୁଲାଇରେ ରାଜ୍ୟରେ ହେବ 9ଟି ଖଣି ନିଲାମ
ସେହିପରି କେନ୍ଦୁଝର ଜିଲ୍ଲାରେ ଉଞ୍ଚାବାଲି ମାଙ୍ଗାନିଜ ଓ ଆଇରନ ବ୍ଲକ, ଗନ୍ଧଲପଡା ଆଇରନ ଓର୍ ବ୍ଲକ, ରେଙ୍ଗାଳବେଡା ନର୍ଥ ଇଷ୍ଟ ଆଇରନ ଓର୍ ବ୍ଲକ, କାଳୀମାଟି ମାଙ୍ଗାନିଜ ବ୍ଲକ ରହିଛି । ଖଣି ନିଲାମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅତି କମରେ 5ଟି ନିଲାମୀର ଆବଶ୍ୟକତା ରହିଥିବା ଖଣିଭିତ୍ତିକ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ନୂଆ ଗାଇଡଲାଇନ ମଧ୍ୟ ଜାରି ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ