ଓଡିଶା

odisha

ETV Bharat / city

କୋଣାର୍କରେ ଆରମ୍ଭ ହେଲା ଖଣି ଓ ଇସ୍ପାତ ମନ୍ତ୍ରୀସ୍ତରୀୟ ସମ୍ମିଳନୀ - କୋଣାର୍କରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀ

କୋଣାର୍କରେ ଉଦଘାଟିତ ହେଲା ଖଣି ଓ ଇସ୍ପାତ ମନ୍ତ୍ରୀସ୍ତରୀୟ ସମ୍ମିଳନୀ । ବିଭିନ୍ନ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

କୋଣାର୍କରେ ଆରମ୍ଭ ହେଲା ଖଣି ଓ ଇସ୍ପାତ ମନ୍ତ୍ରୀସ୍ତରୀୟ ସମ୍ମିଳନୀ
କୋଣାର୍କରେ ଆରମ୍ଭ ହେଲା ଖଣି ଓ ଇସ୍ପାତ ମନ୍ତ୍ରୀସ୍ତରୀୟ ସମ୍ମିଳନୀ

By

Published : Feb 25, 2022, 12:41 PM IST

ଭୁବନେଶ୍ବର: ଆରମ୍ଭ ହେଲା ଖଣି ଓ ଇସ୍ପାତ ମନ୍ତ୍ରୀସ୍ତରୀୟ ସମ୍ମିଳନୀ । କୋଣାର୍କରେ ଏହି ସମ୍ମିଳନୀ ଉଦଘାଟିତ ହୋଇଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ଖଣି ଓ ଇସ୍ପାତ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀ ଯୋଗ ଦେଇଛନ୍ତି । ମନ୍ତ୍ରୀସ୍ତରୀୟ ସମ୍ମିଳନୀ କୋଣାର୍କ ଓ ଭୁବନେଶ୍ୱରରେ ଆୟୋଜନ ହେଉଛି ।

ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । କୋଣାର୍କରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି । ବିଭିନ୍ନ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି । ଏଥିରେ ଇସ୍ପାତ ଓ ଖଣି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟ ବିଶେଷ କରି ରାଜ୍ୟ ମାନଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହେଉଛି । ଆସନ୍ତାକାଲି ଭୁବନେଶ୍ୱରରେ ସ୍ଥାନୀୟ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗଦେବେ । ଏହି ଅବସରରେ ‘ଦ୍ବିତୀୟ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ଆବଶ୍ୟକ ନୀତିଗତ ହସ୍ତକ୍ଷେପ’ ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହେବ । ବିଶେଷ କରି ଇସ୍ପାତ କ୍ଷେତ୍ର ପାଇଁ PLI ଯୋଜନା ଉପରେ ଏକ ଉପସ୍ଥାପନା ଦିଆଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details