ଓଡିଶା

odisha

ETV Bharat / city

ଚାଲିଛି ପୂଜା, ମୀନାବଜାରରେ ବଢୁଛି ଗହଳି - ମୀନାବଜାର

ଦଶହରା ସହ ମୀନାବଜାର ଲୋକଙ୍କ ମୁଖ୍ୟ ଆକର୍ଷଣ । ଦଶହରା ବୁଲିବା ସହ ମୀନାବଜାର ରାଜଧାନୀବାସୀଙ୍କ ମନ ମୋହୁଛି । ବର୍ଷକୁ ଥରେ ଦଶହରା ଆସୁଥିବାରୁ ଖୁସି ହେଉଛନ୍ତି ଭକ୍ତ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

By

Published : Oct 6, 2019, 7:36 PM IST

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖରେ ଲାଗିଛି ମୀନାବଜାର । ପିଲାଙ୍କ ପାଇଁ ଖେଳଣା ସହ ବିଭିନ୍ନ ପ୍ରକାରର ଦୋକାନ ମଧ୍ୟ ପଡିଛି । ଭୁବନେଶ୍ବର ତଥା ଆଖପାଖ ଜିଲ୍ଲାରୁ ଲୋକ ଆସିଛନ୍ତି ଦଶହରା ଦେଖିବାକୁ ରାଜଧାନୀ । ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିବା ସହ ମୀନାବଜାରରେ ବେଶ ଗହଳି ଦେଖିବାକୁ ମିଳୁଛି ।

ଭୁବନେଶ୍ବର ଦଶହରା ସହ ମୀନାବଜାର ଲୋକଙ୍କ ମୁଖ୍ୟ ଆକର୍ଷଣ

ରାଜଧାନୀର ବରମୁଣ୍ଡା ପୂଜା ମଣ୍ଡପ, ରସୁଲଗଡ ପୂଜା, ନୟାପଲ୍ଲୀ ଓ ଝାରପଡା ପୂଜା ମଣ୍ଡପ ସହିତ ମୀନାଵଜାର ଲୋକଙ୍କୁ ଆକୃଷ୍ଟ କରୁଛି । ଦେବୀଙ୍କୁ ଦର୍ଶନ ପରେ ମୀନାବଜାର ବୁଲିବାର ନିଆରା ଅନୁଭୂତି ମିଳୁଛି । ରାଜଧାନୀରେ ଚାନ୍ଦି, ସୁନା ମେଢ଼ ସହ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଆକୃଷ୍ଟ କରୁଥିବା ବେଳେ ତା ସାଙ୍ଗକୁ ମୀନାବଜାର।

ଦଶହରା ସାଙ୍ଗକୁ ମୀନାବଜାର କୁ ନେଇ ଦର୍ଶକମାନେ କୁହନ୍ତି ଯେ, ଦଶହରା ସହ ମୀନାବଜାର ରାଜଧାନୀକୁ ରଙ୍ଗୀନ କରୁଛି। ବର୍ଷକୁ ଥରେ ଦଶହରା ଆସୁଥିବାରୁ ଭକ୍ତ ମାନେ ବହୁତ ଆନନ୍ଦିତ ଏବଂ ମୀନାବଜାର ଛୋଟ ପିଲାଙ୍କ ପାଇଁ ବେସ ଖୁସି ଆଣିଦେଉଛି। ଛୋଟ ପିଲାଙ୍କ ପାଇଁ ଦୋଳି ସାଙ୍ଗକୁ ଖେଳନା ବେଶ ମଜା ନେଉଛନ୍ତି ।

କିଏ ପାରାଦୀପରୁ ତ କିଏ କଟକରୁ ତ ଆଉ କିଏ ଭଦ୍ରକ ରୁ ସାରା ରାଜ୍ୟରୁ ଆସିଥାନ୍ତି ରାଜଧାନୀର ଦଶହରା ଦେଖିବାକୁ । ଦୁର୍ଗାଙ୍କ ପୂଜା ଦର୍ଶନ ସହ ମୀନାବଜାର ଉପଭୋଗ କରୁଛନ୍ତି ଦର୍ଶକ। ବିଭିନ୍ନ ପ୍ରକାରର ଜିନିଷ କିଣିବା ସହ ବିଭିନ୍ନ ଦୋଳି ଦେଖି ଖୁସି ଆଣିଦେଇଥାଏ । ସପରିବାର ସମୟ ବାହାର କରି ଦଶହରା ବୁଲିବା ଏକ ନିଆରା ଲାଗିଥାଏ ବୋଲି କୁହନ୍ତି ରାଜଧାନୀବାସୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details