ଭୁବନେଶ୍ବର:ଜେଲ ଗଲେ କୋଟିପତି ଜିଆରଏସ ବାବୁଲି ପଢିହାରି । ଭିଜିଲାନ୍ସ ଆକନନ ଅନୁସାରେ ମାସିକ ସାଢେ ୮ ହଜାର ଦରମା ପାଉଥିବା ଏହି କର୍ମଚାରୀ ୧୪ ବର୍ଷରେ ଆୟଠାରୁ ୩୮୩ ପ୍ରତିଶତ ଅଧିକ ପରିମାଣର ସମ୍ପତ୍ତି ଠୁଳ କରିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ମଙ୍ଗଳବାର ବାବୁଲିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
୧୪ ବର୍ଷର ଚାକିରି, ହେଲେ ସଞ୍ଚିଛନ୍ତି ଅମାପ ସମ୍ପତ୍ତି । ସମ୍ପତ୍ତିର ତାଲିକା ଦେଖି ଭିଜିଲାନ୍ସ ତାଜୁବ । ଜଣେ ପଞ୍ଚାୟତର ଗ୍ରାମ ରୋଜଗାର ସେବକ(GRS) ହୋଇମଧ୍ୟ ବାବୁଲି ପଢିହାରିଙ୍କ ଠାରୁ ଜବତ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଯାହାକୁ ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହୋଇଯାଇଛନ୍ତି ।