ଓଡିଶା

odisha

ETV Bharat / city

ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମାଇଲଖୁଣ୍ଟ; ଆଜି ଗୁରୁ କେଳୁଚରଣଙ୍କ ଜୟନ୍ତୀ - ଗୁରୁ କେଳୁଚରଣ ମହାପାତ୍ର

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହାକୁମ୍ଭ ଗୁରୁ କେଳୁଚରଣ ମହାପାତ୍ରଙ୍କ ଆଜି ଜୟନ୍ତୀ। ସେ ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ପ୍ରଥମ ଓଡ଼ିଆ । ଅଧିକ ପଢନ୍ତୁ...

ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମାଇଲଖୁଣ୍ଟ; ଆଜି ଗୁରୁ କେଳୁଚରଣଙ୍କ ଜନ୍ମ ଜୟନ୍ତୀ
ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମାଇଲଖୁଣ୍ଟ; ଆଜି ଗୁରୁ କେଳୁଚରଣଙ୍କ ଜନ୍ମ ଜୟନ୍ତୀ

By

Published : Jan 8, 2021, 8:13 AM IST

Updated : Jan 8, 2021, 9:50 AM IST

ଭୁବନେଶ୍ବର: ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହାକୁମ୍ଭ। ଶିଳ୍ପୀ ପରିବାରରେ ତାଙ୍କର ଜନ୍ମ। ଏହାସହ ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ପ୍ରଥମ ଓଡ଼ିଆ । ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନ କରିଛନ୍ତି । ସେ ପ୍ରତିଭିବାନ୍ ବ୍ୟକ୍ତି ହେଉଛନ୍ତି ପ୍ରସିଦ୍ଧ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ର।

1926 ଜାନୁୟାରୀ 8 ତାରିଖରେ ପୁରୀ ରଘୁରାଜପୁରରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ଚିନ୍ତାମଣି ମହାପାତ୍ର। ସେ ଗୋଟିପୁଅ ନାଚ ଓ ଯାତ୍ରା ପାର୍ଟିରେ ମୃଦଙ୍ଗ ବାଦକ ଥିଲେ।

କେଳୁଚରଣ ମହାପାତ୍ର ନୃତ୍ୟ କଳାପ୍ରତି ଆଜୀବନ ସାଧନା ଏବଂ ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଦ୍ୟମ ଓ ଅବଦାନ ଅତୁଳନୀୟ ରହିଛି। ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ।

ଗୁରୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଓଡ଼ିଶୀ ନୃତ୍ୟର ଗରିମା ବୃଦ୍ଧି ସହ ଶାସ୍ତ୍ରୀୟ ନୃତ୍ୟର ପ୍ରସାର କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ବୋଲି ଟ୍ବିଟ କରି କହିଛନ୍ତି।

ତେବେ ଗୁରୁ କେଳୁଚରଣ ନିଜର 15 ବର୍ଷର ଶିକ୍ଷକତା ମଧ୍ୟରେ ଅନେକ ଶିଷ୍ୟ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରେ ସଂଯୁକ୍ତା ପାଣିଗ୍ରାହୀ, ମୀନତି ମିଶ୍ର, କୁକକୁମ ମହାନ୍ତି, ପ୍ରିୟମ୍ବଦା ମହାନ୍ତିଙ୍କ ଭଳି ନୃତ୍ୟଶିଳ୍ପୀ ତାଙ୍କ ଶିଷ୍ୟ।

ନିଜ ଜୀବନ କାଳରେ ନିରବିଚ୍ଛିନ୍ନ ସେବା ମନୋଭାବ ପାଇଁ ଗୁରୁ କେଳୁଚରଣଙ୍କୁ ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ପ୍ରଦାନ କରାଯାଇଥିଲା। 2004 ମସିହା ଏପ୍ରଲି 7 ତାରିଖରେ ଏହି ମହାନ ସାଧକଙ୍କ ଦେହାନ୍ତ ଘଟିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 8, 2021, 9:50 AM IST

ABOUT THE AUTHOR

...view details