ହାଇଦ୍ରାବାଦ:ତେଲେଙ୍ଗାନାର ରାମଗୁଣ୍ଡମ ରେଳ ଷ୍ଟେସନରେ ଅଭବାନୀୟ ଘଟଣା । ଷ୍ଟେସନ ପରିସରରେ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଓଡିଆ ପ୍ରବାସୀ ଶ୍ରମିକ । ଷ୍ଟେସନରେ ବସିଥିବା ଏହି ପ୍ରବାସୀ ଓଡିଆ ଶ୍ରମିକଜଣଙ୍କ ରାଜଧାନୀ ଏକ୍ସପ୍ରେସ ଆସିବା ସମୟରେ ରେଳ ଧାରଣାକୁ ଯାଇ ଟ୍ରେନ ସମ୍ମୁଖରେ ଛିଡା ହୋଇଯାଇଥିଲେ । ଫଳରେ ତାଙ୍କୁ ଉଦ୍ଧାର କରିବା ପୂର୍ବରୁ ଦ୍ରୁତଗାମୀ ଟ୍ରେନଟି ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
ତେଲେଙ୍ଗାନାରେ ଟ୍ରେନ ଆଗକୁ ଡେଇଁଲେ ପ୍ରବାସୀ ଓଡିଶା ଶ୍ରମିକ, କ୍ୟାମେରାରେ କଏଦ ଲାଇଭ୍ ସୁଇସାଇଡ - ramgundam railway station
ତେଲେଙ୍ଗାନାରେ ଟ୍ରେନ ସାମ୍ନାକୁ ଡେଇଁ ଓଡିଶା ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା । କ୍ୟାମେରାରେ କଏଦ ହେଲା ଟ୍ରେନ ମାଡିିଯିବାର ଛାତି ଥରା ଦୃଶ୍ଯ । ଅଧିକ ପଢନ୍ତୁ
ଟ୍ରେନ ସାମ୍ନାକୁ ଡେଇ ଓଡିଶା ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା, କ୍ୟାମେରାରେ କଏଦ ହେଲା ଟ୍ରେନ ମାଡିିଯିବାର ଛାତିଥରା ଦୃଶ୍ଯ
ମିଳିଥିବା ସୂଚନା ଅନୁସାରେ, ପ୍ରବାସୀ ଓଡିଆ ଶ୍ରମିକ ଜଣଙ୍କ ହାଇଦ୍ରାବାଦରେ କାମ କରୁଥିବାବେଳେ ଟ୍ରେନ ଯୋଗେ ରାମଗୁଣ୍ଡମ ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ କିଛି ସମୟ ଅପେକ୍ଷା କରିବା ପରେ ରାଜଧାନୀ ଏକ୍ସପ୍ରେସ ମାତ୍ର କିଛି ଦୂରରେ ଆସୁଥିବା ବେଳେ ହଠାତ ରେଳ ଧାରଣାକୁ ଓହ୍ଲାଇ ଯାଇ ଟ୍ରେନ ଆଗରେ ଛିଡା ହୋଇଯାଇଥିଲେ । ଯୁବକ ଜଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିନଥିବା ବେଳେ ତଦନ୍ତ ଜାରି ରହିଥିବା ରାମଗୁଣ୍ଡମ ଷ୍ଟେସନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ