ଭୁବନେଶ୍ବର:କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ଦିନ ଓ ନୂଆବର୍ଷ ଲାଗି କଟକଣା ଜାରି କରିଛନ୍ତି । ସମସ୍ତ ପ୍ରକାର ସେଲିବ୍ରେସନ ଉପରେ ରୋକ ଲଗାଯାଇଥିବା ବେଳେ ଚଳିତ ବର୍ଷ ଭଗବାନ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ଫିକା ପଡି଼ବ। ହେବନି ମଧ୍ୟରାତ୍ର ଜନ୍ମଦିନ ଉତ୍ସବ କି ସମୂହ ପ୍ରାର୍ଥନା । ଆଉ ଏହି କଟକଣାକୁ ନେଇ ଶୂନଶାନ ଚର୍ଚ୍ଚ ପରିସରର ପ୍ରାର୍ଥନା ଗୃହ ।
ଦୁଇ ବର୍ଷ ହେବ କଟକଣା ଭିତରେ ଧୁମଧାମରେ ପାଳନ ହେଇପାରୁନଥିବା ବେଳେ ନୂଆ ଭ୍ୟାରିଆଣ୍ଟକୁ ନେଇ ଏ ବର୍ଷ ମଧ୍ୟ ଫିକା ପଡିଛି ସେଲିବ୍ରେସନ । ସେଥିପାଇଁ ନିୟମ ଅନୁଯାୟୀ ଯୀଶୁଙ୍କ ଜନ୍ମଦିନ ବିଧି ମୁତାବିକ ପାଳନ ହେବ। ସେଥିପାଇଁ ଅଳ୍ପ ହେଉ ପଛେ ଚର୍ଚ୍ଚ ପରିସରରେ କିଛିଟା ସାଜସଜ୍ଜା ହୋଇଛି ।