ଓଡିଶା

odisha

ETV Bharat / city

ବିଏମସିରେ ଆରମ୍ଭ ହେଲା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ଟେଣ୍ଡର ପ୍ରକ୍ରିୟା - ଖୋଲା ଟେଣ୍ଡର ପ୍ରକ୍ରିୟା

କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମସିରେ ଆରମ୍ଭ ହେଲା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରର ଟେଣ୍ଡର ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ ୧୭ ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ ବିଏମସି ଲକ୍ଷ୍ୟ ରଖିଥିବାବେଳେ ବୁଧବାର ବିଏମସି ପକ୍ଷରୁ ଖୋଲା ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Aug 22, 2019, 8:53 AM IST

ଭୁବନେଶ୍ବର: ବିଏମସିରେ ଆରମ୍ଭ ହେଲା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରର ଟେଣ୍ଡର ପ୍ରକ୍ରିୟା। ତେବେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଏହି ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୭ ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ ବିଏମସି ଲକ୍ଷ୍ୟ ରଖିଥିବାବେଳେ ବୁଧବାର ବିଏମସି ପକ୍ଷରୁ ଖୋଲା ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର


ଏହି ଟେଣ୍ଡର ପ୍ରକ୍ରିୟା ବିଏମସିର ଦୁଇଟି ଇଂଜିନିୟରିଂ ବିଭାଗ ମାଧ୍ୟମରେ ପରିଚାଳିତ କରାଯାଉଛି। ଇଂଜିନିୟରିଂ ବିଭାଗ ୧ ଅଧୀନରେ ୧୨ ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରର ଟେଣ୍ଡର ପରିଚାଳନା କରାଯାଉଥିବା ବେଳେ ଇଂଜିନିୟରିଂ ବିଭାଗ ୨ ଅଧୀନରେ ୪ କେନ୍ଦ୍ରର ଟେଣ୍ଡର ପ୍ରକ୍ରିୟା ହେବ। ଅବଶିଷ୍ଟ ୧ ଟି ଏମସିସି ଭୁବନେଶ୍ବରସ୍ଥିତ ଟିଟିଏସ ଠାରେ ରହି ବିଭିନ୍ନ କାର୍ଯ୍ୟ କରିବ।


ଉକ୍ତ ୧୭ ଟି କେନ୍ଦ୍ର ସମୁଦାୟ ୩୧ ଟି ୱାର୍ଡର କଠିନ ବର୍ଜ୍ୟବସ୍ତୁ ପରିଚାଳନା କରିବ। ପ୍ରତ୍ୟେକ କେନ୍ଦ୍ରର ହାରାହାରି କ୍ଷମତା ଦୈନିକ ୫ ଟନ ରହିବ। ଇଂଜିନିୟରିଂ ବିଭାଗ ୧ ଅଧୀନରେ ୪ ଟି କେନ୍ଦ୍ରର ଅଟକଳ ପ୍ରତ୍ୟେକଟି ପାଇଁ ୫୨ ଲକ୍ଷ । ଇଂଜିନିୟରିଂ ବିଭାଗ ୧୨ ଅଧୀନରେ ୧୧ ଟି କେନ୍ଦ୍ରର ଅଟକଳ ପ୍ରତ୍ୟେକଟି ମୂଲ୍ୟ ୩୮ ଲକ୍ଷ ୩୬ ହଜାର ଟଙ୍କା ରହିଛି । ସେହିପରି ୱାର୍ଡନଂ ୧୨ ରେ କରାଯିବାକୁ ଥିବା କେନ୍ଦ୍ର ପାଇଁ ବ୍ୟୟ ଅଟକଳ ୪୭ ଲକ୍ଷ ଟଙ୍କା ରହିଛି।


ତେବେ ଇଂଜିନିୟରିଂ ବିଭାଗ ୧ ଅଧୀନରେ ପ୍ରଶାନ୍ତି ବିହାର,ପଳାଶୁଣି ,ପଟିଆ,ନିଳାଦ୍ରୀବିହାର,କଳିଙ୍ଗ ନଗର,ଭରତପୁର ଓ ଇଂଜିନିୟରିଂ ବିଭାଗ ୨ ଅଧୀନରେ ଲଷ୍ମୀସାଗର,ଭୀମପୁର,ପୋଖରିପୁଟ,ଭାଗବାନପୁର ଅଞ୍ଚଳ ଅଛି।

ଭୁବନେଶ୍ବରରୁ ସଞ୍ଜୀବ ରୟ, ଇଟିଭି ଭାରତ

ABOUT THE AUTHOR

...view details