ଭୁବନେଶ୍ବର: ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତକାଲି ଦକ୍ଷିଣ ଓଡିଶା, ଉତ୍ତର ଆନ୍ଧ୍ର ଏବଂ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଘୂଣ୍ଣିବଳୟ ଆଜି ଓଡ଼ିଶା ଏବଂ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପରେ ପରିଣତ ହୋଇଛି । ଯାହା ବାୟୁମଣ୍ତଳ ଠାରୁ ୭.୬ କିମି ଯାଏଁ ବ୍ୟାପିଛି । ଏହାକୁ ନେଇ ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଜ ୱାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବାବେଳେ ୧୧ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ବରଗଡ, ନୂଆପଡା, ନବରଙ୍ଗପୁର, ମାଲକାନାଗିରି, ରାୟଗଡା, କୋରାପୁଟ, କନ୍ଧମାଳ ଆଦି ଜିଲ୍ଲା ଗୁଡିକରେ ୭ରୁ ୨୦ ସେଣ୍ଟିମିଟର ବର୍ଷା । ଏଥିସହ ପାହାଡିଆ ଅଚଂଳରେ ଭୂସ୍ଖଳନ ଏବଂ ତଳୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୧୮.୫ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ ୧୦୨ ପ୍ରତିଶତ ଅଧିକ ରହିଛି ।