ଓଡିଶା

odisha

ETV Bharat / city

ଚୋର ଘରେ ଚୋରି, ମିଟର ଟାମ୍ପରିଂ କରୁଥିଲେ ସେସୁ କର୍ମଚାରୀ - ଭୁବନେଶ୍ବରରେ ବିଦ୍ୟୁତ ଚୋରି

ରାଜଧାନୀ ଭୁବନେଶ୍ବର ପାୱାର ହାଉସ କଲୋନିରେ ବିଦ୍ୟୁତ କର୍ମଚାରୀଙ୍କ ଘରେ ବିଦ୍ୟୁତ ଚୋରି । ମିଟର ଟାମ୍ପରିଂ କରି ବିଦ୍ୟୁତ ଚୋରି କରୁଥିଲେ ଖୋଦ ଦୁଇଜଣ ସେସୁ କର୍ମଚାରୀ।

ମିଟର ଟାମ୍ପରିଂ କରୁଥିଲେ ସେସୁ କର୍ମଚାରୀ

By

Published : Oct 15, 2019, 9:06 AM IST

ଭୁବନେଶ୍ବର: ବିଦ୍ୟୁତ କର୍ମଚାରୀଙ୍କ ଘରେ ବିଦ୍ୟୁତ ଚୋରି। କଥାଟା ଶୁଣିବାକୁ ଅଡୁଆ ଲାଗି ଥାଇ ପାରେ, କିନ୍ତୁ ଘଟଣାଟି ସତ। ରାଜଧାନୀର ପାୱାର ହାଉସ କଲୋନିରେ ଚେକିଂ ବେଳେ ସାମ୍ନାକୁ ଆସିଛି ଏପରି ସତ୍ୟ ଘଟଣା।


ମିଟର ଟାମ୍ପରିଂ କରି ବିଦ୍ୟୁତ ଚୋରି କରୁଥିଲେ ଖୋଦ ଦୁଇଜଣ ସେସୁ କର୍ମଚାରୀ। ପ୍ରାୟ ୨୦ଟି କ୍ବାଟରରେ ଅଚାନକ ଚେକିଂ କରିଥିଲେ ବିଦ୍ୟୁତ କର୍ମଚାରୀ। ତେବେ ଦୁଇଜଣ ସେସୁ କର୍ମଚାରୀ ଧରାପଡିବା ପରେ ୪୫ ହଜାର ୨୦୦ ଟଙ୍କାର ଫାଇନ ଦେଇଥିଲେ । ପରେ ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୁଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details