ଭୁବନେଶ୍ବର: ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ମୌସୁମୀ ପାଇଁ ସେଭଳି କିଛି ଅନୁକୂଳ ସ୍ଥିତି ଦେଖାଯାଉନାହିଁ । ପ୍ରତିବର୍ଷ ଜୁନ ୧୧ ତାରିଖରେ ମୌସୁମୀ ଓଡ଼ିଶାରେ ଅଗ୍ରସର ହୋଇଥାଏ । ମାତ୍ର ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ଗତ ୨୪ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୪୫ ରୁ ଅଧିକ ତାପମାତ୍ରା ରହିଥିବା ବେଳେ ଆଜି ଉପକୂଳ ଓଡିଶାରେ ମେଘୁଆ ପାଗ ରହିଛି । କାରଣ ଉପକୂଳ ଓଡିଶାରେ ମେଘଖଣ୍ଡର ପ୍ରଭାବରେ ଏଭଳି ପାଗ ଅନୁଭୂତ ହେଉଛି । ତେବେ ଝାଡ଼ଖଣ୍ଡ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ଥିବାରୁ ସେଠାରୁ ଯେଉଁ ବିସ୍ଥାପିତ ମେଘଖଣ୍ଡ ଆସୁଛି ତା ପ୍ରଭାବରେ ଉପକୂଳ ଓଡ଼ିଶାର କେତୋଟି ସ୍ଥାନରେ ମେଘୁଆ ପାଗ ସହ ହାଲକା ଓ ମଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି ।