ଓଡିଶା

odisha

ଘନଉଛି ଆଉ ଏକ ଲଘୁଚାପ, ସୂଚନା ଦେଲା ପାଣିପାଗ ବିଭାଗ

By

Published : Sep 16, 2020, 10:46 AM IST

କିଛି ଦିନ ହେବ ରାଜ୍ୟରେ ସ୍ବଳ୍ପ ବ୍ୟବଧାନରେ ଅନେକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ଦ୍ବାରା କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଛି । ଏବେ ପୁଣି ସେପ୍ଟେମ୍ବର 20ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଘନଉଛି ଆଉ ଏକ ଲଘୁଚାପ, ଟ୍ବିଟ କରି ସୂଚନା ଦେଲା ପାଣିପାଗ ବିଭାଗ
ଘନଉଛି ଆଉ ଏକ ଲଘୁଚାପ, ଟ୍ବିଟ କରି ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘନଉଛି ଆଉ ଏକ ଲଘୁଚାପ । ଆସନ୍ତା ୨୦ ସେପ୍ଟେମ୍ବର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ବୁଧବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଘନଉଛି ଆଉ ଏକ ଲଘୁଚାପ, ଟ୍ବିଟ କରି ସୂଚନା ଦେଲା ପାଣିପାଗ ବିଭାଗ

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ଲଘୁଚାପ ପ୍ରଭାବରେ ବନ୍ୟା ବିଭୀଷିକା ମଧ୍ୟ ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ଜାରି ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details