ଓଡିଶା

odisha

By

Published : Sep 29, 2022, 9:32 PM IST

Updated : Sep 29, 2022, 9:53 PM IST

ETV Bharat / city

ଫିକା ପଡ଼ିବ ପାର୍ବଣ: ୨ରୁ ଭିଜିବ ପୁରା ଉପକୂଳ

ଫିକା ପଡ଼ିବ ପାର୍ବଣ । ଅକ୍ଚୋବର ୨ତାରିଖରୁ ଅର୍ଥାତ ମହାସପ୍ତମୀରୁ ଭିଜିବ ଓଡ଼ିଶା । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଧିକ ପଢ଼ନ୍ତୁ

ଫିକା ପଡ଼ିବ ପାର୍ବଣ : ୨ରୁ ଭିଜିବ ପୁରା ଉପକୂଳ
ଫିକା ପଡ଼ିବ ପାର୍ବଣ : ୨ରୁ ଭିଜିବ ପୁରା ଉପକୂଳ

ଭୁବନେଶ୍ବର :ବର୍ଷାରେ ଭିଜିବ ଏଥର ପୂଜା ବଜାର । ଫିକା ପଡ଼ିବ ପାର୍ବଣ । ଆସନ୍ତା ଅକ୍ଟୋବର ୨ ତାରିଖରୁ ଅର୍ଥାତ ମହାସପ୍ତମୀରେ ଭିଜିବ ପୁରା ଉପକୂଳ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାରଣ ଉତ୍ତର ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ।

ଏହି ଲଘୁଚାପ ପ୍ରଭାବରେ ହିଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୧ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାବେଳେ ଏହା ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ।

ଫିକା ପଡ଼ିବ ପାର୍ବଣ : ୨ରୁ ଭିଜିବ ପୁରା ଉପକୂଳ

ଆସନ୍ତା ୨ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ତେଣୁ ୧ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଅନୁସାରେ ୧ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

୨ ତାରିଖରେ ଉପକୂଳ ଓଡ଼ିଶା ଓ ୩ରେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ । ୨ରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ । ଅନ୍ୟପଟେ ସମସ୍ତ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୩ ଅକ୍ଟୋବର ଅଷ୍ଟମୀରେ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଏବଂ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ଅନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତି ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୧.୫ କିମି ଯାଏଁ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବ ରହିଛି । ଏଥିଯୋଗୁଁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 29, 2022, 9:53 PM IST

ABOUT THE AUTHOR

...view details