ଓଡିଶା

odisha

ETV Bharat / city

'ୟୁ ଆର ସୋ ବିୟୁଟିଫୁଲ' ବାର୍ତ୍ତାକୁ ନେଇ MAXର ମହିଳା ଦିବସ ପାଳନ

ୟୁ ଆର ସୋ ବେୟୁଟିଫୁଲ ଏହି ବାର୍ତାକୁ ନେଇ ମାକ୍ସ ପାଳନ କଲା ମହିଳା ଦିବସ । ମହିଳାଙ୍କ ବିକାଶ ଓ ସଶକ୍ତ ବାର୍ତ୍ତା ନେଇ ସୋରୁମ ପାଳନ କରୁଛି ମହିଳା ଦିବସ । ଅଧିକ ପଢନ୍ତୁ...

By

Published : Mar 2, 2021, 6:41 AM IST

womens day
ମହିଳାଙ୍କ ବିକାଶ ଓ ସଶକ୍ତ ବାର୍ତ୍ତା ନେଇ ସୋରୁମ ପାଳନ କରୁଛି ମହିଳା ଦିବସ

ଭୁବନେଶ୍ବର: ଆଗକୁ ଆସୁଛି ମହିଳା ଦିବସ । ଏହି ଦିବସ ଉପଲକ୍ଷେ 'ୟୁ ଆର ସୋ ବିୟୁଟିଫୁଲ' ଏହି ବାର୍ତ୍ତାକୁ ନେଇ ମାକ୍ସ ପାଳନ କଲା ମହିଳା ଦିବସ ।

ମହିଳା ମାନେ ହେଉଛନ୍ତି ସୁନ୍ଦର ଆଉ ସଶକ୍ତ ସେମାନଙ୍କର ବିକାଶରେ ସମାଜର ବିକାଶ ହୁଏ । ତେଣୁ ତାଙ୍କ ପ୍ରତିଭାର ପ୍ରଦର୍ଶନକୁ ନେଇ ମାକ୍ସ ପାଳୁଛି ମହିଳା ଦିବସ। ଏନେଇ ମାକ୍ସରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଅନ୍ୟ ମହିଳାମାନକୁ ନେଇ ଏକ ଫଟୋ ଚିତ୍ର ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ ମହିଳା ମାନେ ପ୍ଲେଟ ମାଧ୍ୟମରେ ନିଜର ଫଟୋକୁ କ୍ଷୁଦ୍ର ଭାବେ ଆଙ୍କିଥିଲେ ଏବଂ ନିଜ ପ୍ରତିଭାର ପାରଦର୍ଶିତା ଦେଖାଇଥିଲେ । ଆଉ ସମସ୍ତଙ୍କୁ ଶୁଭେଚ୍ଛା ଦେବା ସହ ମହିଳାଙ୍କୁ ଦୃଢ ଇଛାଶକ୍ତି ସହ ନିଜ ସ୍ବପ୍ନକୁ ସାକାର କରି ସଶକ୍ତ ହେବା ପାଇଁ ଆହ୍ବାନ ଦେଇଥିଲେ ।

ମହିଳାଙ୍କ ବିକାଶ ଓ ସଶକ୍ତ ବାର୍ତ୍ତା ନେଇ ସୋରୁମ ପାଳନ କରୁଛି ମହିଳା ଦିବସ

ମହିଳା ଦିବସକୁ ନେଇ ସୋରୁମର ମ୍ୟାନେଜର ବି ମହିଳାଙ୍କୁ ସଶକ୍ତ ହେବା ସହ ବିକାଶରେ ହାତ ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ଏକ୍ସପ୍ଲାନେଡରେ ଥିବା ମାକ୍ସ ସୋରୁମରେ ଏହି ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ରାଜ୍ୟର ତିନି ଜଣ ସଫଳ ମହିଳା ଟେଲି ଅଭିନେତ୍ରୀ ଦେବୀକା ଅରୁନ୍ଧନ୍ତି,ଜସ୍ମିନ ରଥଙ୍କ ସମେତ ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ ଯୋଗ ଦେଇଥିଲେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details