ଓଡିଶା

odisha

ETV Bharat / city

ଜିଏସଟି ଫାଙ୍କିବା ଅଭିଯୋଗରେ ମେସ୍କୋ ଷ୍ଟିଲର ଦୁଇ ଅଧିକାରୀ ଗିରଫ

ଗଡବଡ କରି ଟ୍ୟାକ୍ସ ଫାଙ୍କନ୍ତୁ ନାହିଁ । ନଚେତ ଫସିପାରନ୍ତି । କାରଣ ଆପଣଙ୍କ ଜିଏସଟି ଉପରେ ନଜର ରଖୁଛନ୍ତି ଜିଏସଟି ଇଣ୍ଟେଲିଜେନ୍ସ ଟିମ । କାରଣ ଜିଏସଟି ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଦୁଇ ଜଣ ମେସ୍କୋର ଅଧିକାରୀଙ୍କୁ ଗିରଫ କରିଛି ଡାଇରେକ୍ଟରେଟ ଜେନେରାଲ ଗୁଡସ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଟିମ । ଆଉ ମହଙ୍ଗା ପଡିଛି ଜିଏସଟି ବା ଟ୍ୟାକ୍ସ ଫାଙ୍କିବା । ଅଧିକ ଖବର ପଢନ୍ତୁ...

mesco-steel-agm
mesco-steel-agm

By

Published : Jan 6, 2020, 11:27 PM IST

ଭୁବନେଶ୍ବର: ହୁସିଆର ଜିଏସଟି କରଦାତା । ଗଡବଡ କରି ଟ୍ୟାକ୍ସ ଫାଙ୍କନ୍ତୁ ନାହିଁ । ନଚେତ ଫସିପାରନ୍ତି । କାରଣ ଆପଣଙ୍କ ଜିଏସଟି ଉପରେ ନଜର ରଖୁଛନ୍ତି ଜିଏସଟି ଇଣ୍ଟେଲିଜେନ୍ସ ଟିମ । କାରଣ ଜିଏସଟି ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଦୁଇ ଜଣ ମେସ୍କୋର ଅଧିକାରୀଙ୍କୁ ଗିରଫ କରିଛି ଡାଇରେକ୍ଟରେଟ ଜେନେରାଲ ଗୁଡସ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଟିମ । ଆଉ ମହଙ୍ଗା ପଡିଛି ଜିଏସଟି ବା ଟ୍ୟାକ୍ସ ଫାଙ୍କିବା ।

ଜିଏସଟି ଫାଙ୍କିବା ଅଭିଯୋଗରେ ମେସ୍କୋ ଷ୍ଟିଲର ଦୁଇ ଅଧିକାରି ଗିରଫ

୨୩ କୋଟି ଜିଏସଟି ଫାଙ୍କିବା ଅଭିଯୋଗରେ ଦୁଇ ଅଧିକାରୀଙ୍କୁ ଗିରଫ କରିଛି ଜିଏସଟି ଇଣ୍ଟେଲିଜେନ୍ସ ଟିମ।ମେସ୍କୋ ଗ୍ରୁପର ମୈଥାନ ଇସ୍ପାତ ଲିମିଟେଡ ଯାଜପୁରର ଦୁଇ ଅଧିକାରୀ ଏଜିଏମ ଫାଇନାନ୍ସ ମାନସ ପାଣି, ଏଜିଏମ ସେସନ ସୁରେନ୍ଦ୍ର ପାତ୍ରଙ୍କୁ ଗିରଫ କରିଛି ଜିଏସଟି ଇଣ୍ଟେଲିଜେନ୍ସ ଅଧିକାରୀ ।

ଯେ କି କମ୍ପାନୀର ଏପ୍ରିଲ ୨୦୧୮ରୁ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ବିନା ଇନପୁଟ ଟ୍ୟାକ୍ସ କ୍ରେଡିଟରେ ଫେକ ଏଣ୍ଟ୍ରି କରି ତିଆରି କରିଛନ୍ତି ଇନଭଏସ । ଯାହାକି ପାଖାପାଖି ୨୩ କୋଟିର ଟ୍ୟାକ୍ସ ସରକାରଙ୍କୁ ଫାଙ୍କିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଜିଏସଟି ଇଣ୍ଟେଲିଜେନ୍ସ ତଦନ୍ତ ବେଳେ ଦୁଇ ଅଧିକାରୀଙ୍କ ସମ୍ପୃକ୍ତି ପରେ ସିଜିଏସଟି ଆକ୍ଟର ୬୯ ଆଧାରରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ପରେ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି । ତେବେ ଏହା ପଛରେ ମୁଖ୍ୟ କାର୍ପଟଦାର କିଏ ଏନେଇ ତଦନ୍ତ ଜାରି ରଖିଛନ୍ତି ଜିଏସଟି ଇଣ୍ଟେଲିଜେନ୍ସ ଅଧିକାରୀ । ଏଥିସହ ମେସ୍କୋ ଗ୍ରୁପର ଅନ୍ୟ କୋର ଗ୍ରୁପ କମ୍ପାନୀରେ ମଧ୍ୟ ରେଡ ଜାରି ରହିଛି । ଇନପୁଟ ଟ୍ୟାକ୍ସ କ୍ରେଡିଟ କରିବା ପାଇଁ ଇନଭଏସ ହେବା ଜରୁରୀ । ଯାହାକୁ ନେଇ ଫେକ ଏଣ୍ଟ୍ରି କରି ଟ୍ୟାକ୍ସ ଫାଙ୍କିବାକୁ ଉଦ୍ୟମ କରୁଥିବା ଏଭଳି ଅସାଧୁ ଲୋକଙ୍କ ଉପରେ ବିଭିନ୍ନ ସମୟରେ ରେଡ୍ କରି ଚେକ୍ କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details