ଭୁବନେଶ୍ବର:ଯାତ୍ରୀଙ୍କ ସୁବିଧା ଉପରେ ଏବେ ଅଧିକ ଧ୍ୟାନ ଦେଉଛି ରେଳ ବିଭାଗ । ଚଳିତ ମାସ 15 ତାରିଖ ଠାରୁ ଭୁବନେଶ୍ବର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଆରମ୍ଭ ହେବ ଟ୍ରେନ ଚଳାଚଳ । ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇ ମେମୁ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଚଳିତ ମାସ 15 ତାରିଖ ଠାରୁ ଆରମ୍ଭ ହେବ ଟ୍ରେନ ଚଳାଚଳ । ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇ ମେମୁ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । 08423/08424 ଭୁବନେଶ୍ବର-ନୟାଗଡ଼ ଟାଉନ୍-ଭୁବନେଶ୍ବର ସ୍ପେଶାଲ୍ ଭୁବନେଶ୍ବରରୁ 15 ନଭେମ୍ବରଠାରୁ ଏବଂ ନୟାଗଡ଼ ଟାଉନରୁ 16 ନଭେମ୍ବର ଠାରୁ ମେମୁ ଟ୍ରେନ କୋଚ ସହିତ ଚଳାଚଳ କରିବ ।