ଓଡିଶା

odisha

ETV Bharat / city

ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଳାଧିପତିଙ୍କୁ ସ୍ମାରକପତ୍ର

ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

Memorandum to the Chancellor on various issues of Utkal University
ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଳାଧିପତିଙ୍କୁ ସ୍ମାରକପତ୍ର

By

Published : Oct 25, 2021, 4:14 PM IST

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଳାଧିପତିଙ୍କୁ ଦାବିପତ୍ର । ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟର ସର୍ବପୁରାତନ ବିଶ୍ବବିଦ୍ୟାଳୟ ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟ । ଏହି ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାଁନ୍ତି ରାଜ୍ୟ ସରକାର ।

ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଳାଧିପତିଙ୍କୁ ସ୍ମାରକପତ୍ର

ମୁଖ୍ୟ ସମସ୍ୟା ଭାବେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗକୁ ସ୍ବତନ୍ତ୍ର ବିଭାଗ ତଥା ରେଗୁଲାର କୋର୍ସ ରୂପେ ମାନ୍ୟତା ଦେବା । ଏହାସହ ସମସ୍ତ ବିଭାଗରେ ପ୍ରଫେସର ଅଭାବ ପୂରଣ କରିବାକୁ ଦାବି କରିଛନ୍ତି ।

ସେହିପରି ବିଶ୍ବବିଦ୍ୟାଳୟ ପରିସରରେ ଅଣଛାତ୍ର ପବେଶ ଉପରେ ରୋକ ଲଗାଇବା । ଛାତ୍ରୀ ନିବାସ ସାମ୍ନାରେ ଲାଇଟ ଓ ସିସିଟିଭି ସହିତ 24 ଘଣ୍ଟା ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଏବଂ ଇ-ଲାଇବ୍ରେରୀକୁ ବ୍ୟବସ୍ଥିତ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details