ଭୁବନେଶ୍ବର: ଓଡିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଓଡ଼ିଶା ଏକ ଉତ୍କୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟ । ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ୫୦ ଗୋଟି ହସ୍ତଶିଳ୍ପକୁ ଆଧାର କରି କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ବାଉଁଶ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ହସ୍ତଶିଳ୍ପ ଅଟେ । ଏହି ସାମଗ୍ରୀଗୁଡିକ ପ୍ରାୟ ପ୍ରତି ଜିଲ୍ଲାରେ ଉତ୍ପାଦିତ ହୁଏ । ତନ୍ମଧ୍ୟରୁ କେତେକ ମୁଖ୍ୟ ଜିଲ୍ଲା ହେଲା ଢ଼େଙ୍କାନାଳ, ମୟୂରଭଞ୍ଜ, ଯାଜପୁର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ମାଲକାନଗିରି ।
ଓଡିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷର - ଓଡିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷର
ଓଡିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର । ଅଧିକ ପଢନ୍ତୁ...

ଓଡିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷର
ମୟୂରଭଞ୍ଜ ଜିଲ୍ଲାର ଇଚିଣ୍ଡା ରାଇରଙ୍ଗପୁର, ଯାଜପୁର ଜିଲ୍ଲାର ଗୋପାଳପୁର, ରସୁଲପୁର, ଢ଼େଙ୍କାନାଳ ଜିଲ୍ଲାର ବଉଳପୁର ଓଡାପଡା, ବରଗଡ ଜିଲ୍ଲାର ବରଗାଁ, କଣ୍ଟାପଲ୍ଲୀ, ବରଗଡ ଜିଲ୍ଲାର ବ୍ରାହ୍ମଣଡିହୀ, ପଦ୍ମପୁର, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଠାରେ ଏହି କାର୍ଯ୍ୟକ୍ରମ ଗୁଡିକ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ସଫଳ ରୂପାୟନ କରାଯିବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ