ଓଡିଶା

odisha

ETV Bharat / city

ବିଶ୍ବବିଦ୍ୟାଳୟ ଅଧିନିୟମକୁ ବିରୋଧ, ରାଜ୍ୟପାଳଙ୍କୁ ଆନ୍ଦୋଳନକାରୀଙ୍କ ସ୍ମାରକପତ୍ର ପ୍ରଦାନ - ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବିଶ୍ବବିଦ୍ୟାଳୟ ଅଧିନିୟମକୁ ବିରୋଧ କରି ରାଜ୍ୟରେ ଆରମ୍ଭ ହୋଇଛି ପ୍ରତିବାଦ ରାଲି । ଏହାକୁ ରାଜ୍ୟବ୍ୟାପୀ ସମସ୍ତ ଶିକ୍ଷାବିତ୍‌ ବିରୋଧ କରି ରାଜ୍ୟପାଳ ଏହି ନୂଆ ଅଧିନିୟମର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ତେଜିଛି ଦାବି ।

new university bill, protest against new universoty bill, memorandum to governor, bhubaneswar latest news, ବିଶ୍ବ ବିଦ୍ୟାଳୟ ଅଧିନିୟମ, ବିଶ୍ବ ବିଦ୍ୟାଳୟ ଅଧିନିୟମକୁ ବିରୋଧ, ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍
ବିଶ୍ବ ବିଦ୍ୟାଳୟ ଅଧିନିୟମକୁ ବିରୋଧ, ରାଜ୍ୟପାଳଙ୍କୁ ଆନ୍ଦୋଳନକାରୀଙ୍କ ସ୍ମାରକପତ୍ର ପ୍ରଦାନ

By

Published : Oct 8, 2020, 10:29 AM IST

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଅଧିନିୟମକୁ ବିରୋଧ କରି ରାଜ୍ୟରେ ଆରମ୍ଭ ହୋଇଛି ପ୍ରତିବାଦ ରାଲି । ଏହାକୁ ରାଜ୍ୟବ୍ୟାପୀ ସମସ୍ତ ଶିକ୍ଷାବିତ୍‌ ବିରୋଧ କରି ରାଜ୍ୟପାଳ ଏହି ନୂଆ ଅଧିନିୟମର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ତେଜିଛି ଦାବି । ଏନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନରତ ଶିକ୍ଷାବିତ୍‌, ନେତା ଓ ଛାତ୍ର ନେତା ।

ବିଶ୍ବ ବିଦ୍ୟାଳୟ ଅଧିନିୟମକୁ ବିରୋଧ, ରାଜ୍ୟପାଳଙ୍କୁ ଆନ୍ଦୋଳନକାରୀଙ୍କ ସ୍ମାରକପତ୍ର ପ୍ରଦାନ

ଏହି ସ୍ମାରକପତ୍ରରେ ରାଜ୍ୟପାଳ ନୂଆ ବିଶ୍ବ ବିଦ୍ୟାଳୟ ଅଧିନିୟମକୁ ଗ୍ରହଣ ନ କରନ୍ତୁ ବୋଲି ଦାବି ହୋଇଛି । ଏହା ଦ୍ବାରା ବିଶ୍ବ ବିଦ୍ୟାଳୟର ସ୍ଵତନ୍ତ୍ରତା କ୍ଷୁର୍ଣ୍ଣ ହେବା ସହ ରାଜ୍ୟ ସରକାର ସିଧାସଳଖ ହସ୍ତକ୍ଷେପ କରିବେ। ଖାଲି ସେତିକି ନୁହେଁ ଏହା ଦ୍ବାରା ଘରୋଇ ବିଶ୍ବ ବିଦ୍ୟାଳୟଗୁଡିକୁ ରାଜ୍ୟ ସରକାର ଅଧିକ ପ୍ରୋତ୍ସାହନ ଦେବେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ରଖିବା ସହ ଯଦି ଏହାକୁ ରାଜ୍ୟପାଳ ହସ୍ତାକ୍ଷର କରିବେ ତେବେ ଆଗକୁ ଜୋରଦାର ବିରୋଧ ହେବ ବୋଲି ଚେତାବନୀ ଦିଆୟାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details