ଓଡିଶା

odisha

ETV Bharat / city

‘ଜୀବନ ଗଲେ ଯାଉ, ମଦ ବନ୍ଦ ହେଉ’ - ପିପୁଲ ଫର ସେବା

ରାଜ୍ୟରେ ମଦ ବନ୍ଦ କରିବା ପାଇଁ 10 ଦିନ ଧରି ଆମରଣ ଅନସନରେ ବସିଛନ୍ତି ପିପୁଲ ଫର ସେବା ଅନୁଷ୍ଠାନର କର୍ମକର୍ତ୍ତା । ତେବେ ଶନିବାର ରାସ୍ତାକଡରେ ଏମାନେ ରାଜ୍ୟ ପାଇଁ ରାଜସ୍ବ ଆଦାୟ ଉଦ୍ଦେଶ୍ୟରେ ଭିକ ମାଗୁଥିବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 24, 2019, 10:48 PM IST

ଭୁବନେଶ୍ବର: ମଦକୁ ବିରୋଧ କରି ଅନଶନରେ ବସିଥିବା ‘ପିପୁଲ ଫର ସେବା’ ଅନୁଷ୍ଠାନକୁ ଶନିବାର ରାସ୍ତା କଡରେ ଭିକ ମାଗୁଥିବାରୁ ଦେଖିବାକୁ ମିଳିଛି । ଅଗଷ୍ଟ 15 ଠାରୁ ବିନା ଖାଦ୍ୟରେ ବସି ରହିଥିବା ଏହି ଅନୁଷ୍ଠାନର କର୍ମକର୍ତ୍ତା ଆଦିତ୍ୟ କୁମାର ଦାସ ରାସ୍ତା କଡରେ ବସି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଓଡିଶା ସରକାରଙ୍କ ରାଜସ୍ବ ପାଇଁ ଭିକ ମାଗୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବସିଥିବା ଆଦିତ୍ୟ ନିଜର ଧାରଣା ଜାରି ରଖିଛନ୍ତି । ଇତି ମଧ୍ୟରେ ସେ ତିନିରୁ ଚାରି ଥର ଅସୁସ୍ଥ ହୋଇ ଡାକ୍ତରଖାନା ବି ଯାଇ ସାରିଛନ୍ତି । ଅନ୍ୟ ପଟେ ଆମରଣ ଅନଶନରେ ବସିଥିବା ଆଦିତ୍ୟଙ୍କ ସହ ଶହ ଶହ ଛାତ୍ରଛାତ୍ରୀ ମଧ୍ୟ ଯୋଡି ହେଉଛନ୍ତି । ଭିକ ମାଗି ପଛେ ରାଜ୍ୟ ସରକାରଙ୍କୁ ଦେବୁ କିନ୍ତୁ ରାଜ୍ୟରେ ମଦ ବନ୍ଦ ହେଉ ବୋଲି ନାରା ଦେଉଛନ୍ତି ପିପୁଲ ଫର ସେବା ଅନୁଷ୍ଠାନର କର୍ମକର୍ତ୍ତା ।

ତେବେ ରାଜ୍ୟ ସରକାରଙ୍କ ନଜର କେବେ ଏହା ଉପରେ ପଡୁଛି ଓ ରାଜ୍ୟରେ ମଦ ବନ୍ଦ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details