ଭୁବନେଶ୍ବର: ଓଡିଶା ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନ ସଦସ୍ୟ ଡ଼ଃ ପି.ପି ଭାଭା । ମଙ୍ଗଳବାର ବିଏମସି କାର୍ଯ୍ୟାଳୟରେ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସଫେଇ ଅଭିଯାନ ନେଇ ଆଲୋଚନା କରିଛନ୍ତି । ଏହା ସହ ସଫେଇକର୍ମୀଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ବିଏମସି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି ।
ଓଡିଶା ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନ ସଦସ୍ୟ ଡ.ପିପି ଭାଭା - Dr. PP Bhava on a visit to Odisha
ଓଡିଶା ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନ ସଦସ୍ୟ ଡ଼.ପି.ପି ଭାଭା । ସଫେଇ କର୍ମଚାରୀଙ୍କୁ ସମସ୍ୟା ସମାଧାନ ଉପରେ ବିଏମସିକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ...
ଓଡିଶା ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନ ସଦସ୍ୟ ଡ଼ଃ ପି.ପି ଭାଭା
ଓଡିଶା ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନ ସଦସ୍ୟ ଡ଼ଃ ପି.ପି ଭାଭା
ତେବେ ସଫେଇ ଅଭିଯାନକୁ ନେଇ ବିଏମସି ପକ୍ଷରୁ ସୁରୁଖୁରୁରେ ଚାଲୁଥିବାବେଳେ ସଫେଇ କର୍ମୀଙ୍କ ବେତନକୁ ନେଇ କିଛି ସମସ୍ୟା ରହିଛି । ଯାହାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ଜାତୀୟ ସଫେଇ କର୍ମଚାରୀ କମିଶନ କହିଛନ୍ତି । ଅନ୍ୟପଟେ ବିଏମସି ଏ ଦିଗରେ ପଦକ୍ଷେପ ନେବ ବୋଲି ବିଏମସି କମିଶନର ସଂଜୟ ସିଂ କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ