ଭୁବନେଶ୍ବର: ବୁଧବାର ପ୍ରଶ୍ନକାଳରେ ଖରିଫ ଋତୁ ଧାନ ସଂଗ୍ରହକୁ ନେଇ ବିଧାୟକ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାର ଓ ଯୋଗାଣ ବିଭାଗ ଉପରେ ଜୋରଦାର ବର୍ଷିଛନ୍ତି ।
ଯୋଗାଣ ବିଭାଗ ଉପରେ ବର୍ଷିଲେ ସାଲୁଜା - ବିଧାନସଭା ବଜେଟ ଅଧିବେଶନ
ଧାନ କିଣାରେ ଲାଗି ରହିଛି ବ୍ୟାପକ ଅବ୍ୟବସ୍ଥା । ଏହାକୁ ନେଇ ପ୍ରଶ୍ନକାଳରେ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ । ଏହାକୁ ନେଇ କଣ? ଅଭିଯୋଗ କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା ପଢନ୍ତୁ ସଂପୂର୍ଣ୍ଣ ଖବର...
Santosh sing saluja
ଯୋଗାଣ ବିଭାଗ ଉପରେ ବର୍ଷିଲେ ସାଲୁଜା
ସେ ଅଭିଯୋଗ କରିଛନ୍ତି ସାରା ରାଜ୍ୟ ବିଶେଷ କରି ପଶ୍ଚିମ ଓଡିଶାରେ ଧାନ ବିକ୍ରିରେ ଚାଷୀ ଶୋଷଣର ଶୀକାର ହେଉଛନ୍ତି । ମିଲର ମାନେ ଚାଷୀଙ୍କୁ ଲୁଟୁଛନ୍ତି । କଟନୀଛଟ୍ନୀ ବ୍ୟାପକ ମାତ୍ରାରେ ହେଉଛି । ଟୋକନ ବ୍ୟବସ୍ଥା ଦ୍ବାରା ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଏ ସଂପର୍କରେ ସେ ଆଜି ଗୃହରେ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଥିଲେ । ଯାହାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ