ଭୁବନେଶ୍ବର: ଜଙ୍ଗଲ ଜମି ଅଧିକାର ନେଇ ଏକାଠି ହେଲେ ବସ୍ତି ବାସିନ୍ଦା। ଭୁବନେଶ୍ବରରେ ଜଙ୍ଗଲ ଜମି ଅଧିକାରକୁ ନେଇ ହଜାର ହଜାର ବସ୍ତି ବାସିନ୍ଦାଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେଲେ ବିଭିନ୍ନ ରାଜନୈତିକ ଦଳର ନେତା।
ଶୁକ୍ରବାର ଭୁବନେଶ୍ବର ସାଲିଆ ସାହି ଆଦିବାସୀ ଗାଁ ଫୁଟବଲ ପଡ଼ିଆରେ ୨୦ ରେ ୩୦ ଫୁଟ ଜାଗା ପାଇଁ ସାଲିଆ ସାହି ଏକତା ସମାବେଶ ଆୟୋଜନ କରାଯାଇଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ବସ୍ତି ବାସିନ୍ଦାଙ୍କୁ ନ୍ୟାୟ ପ୍ରଦାନ କରାଯାଉ। ପ୍ରଶାସନ ପକ୍ଷରୁ ଉଚ୍ଛେଦକୁ ବିରୋଧ କରାଯାଇଛି। ଜମି ଅଧିକାର ନେଇ ସଂଘର୍ଷ ଜାରି ରହିବ ବୋଲି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ କହିଥିଲେ। ଏହ ସଭାରେ ପ୍ରାୟ ୫,୦୦୦ ରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ।