ଭୁବନେଶ୍ବର: ବିଧାନସଭାରେ ସୀମା ବିବାଦ ସଂକ୍ରାନ୍ତରେ ଗୃହ କମିଟି ବୈଠକରେ ବିଧାୟକଙ୍କ ଉଦବେଗ ପ୍ରକାଶ । ଏହି ବୈଠକରେ ରାଜ୍ୟର ସୀମାରେ ଲାଗି ରହିଥିବା ବିବାଦ ଉପରେ ଆଲୋଚନା କରାଯାଇଛି । କୋଟିଆ ଗ୍ରୁଫ ଅଫ ଭିଲେଜର୍ସରେ ସୁପ୍ରିମକୋର୍ଟରେ ଚାଲିଥିଲା ମାମଲା ର ବର୍ତ୍ତମାନ ପରିସ୍ଥିତ କଣ ରହିଛି । ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣପୁର ନଦୀ ତାର ଧାରା ପରିବର୍ତ୍ତନ ହେବା ପର ଠାରୁ ସୀମା ବିବାଦ ଦେଖାଦେଇଛି । ଝାରସୁଗୁଡାରେ ମଧ୍ୟ କିଛି ସମସ୍ୟା ଲାଗି ରହିଥିବା ନେଇ ବିଧାୟକମାନେ ସରକାରକୁ ଅବଗତ କରାଇଥିଲେ । ଏନେଇ ବାଚସ୍ପତି କହିଛନ୍ତି ଏହି ସମସ୍ତ ସମସ୍ୟାର ଉତ୍ତର ଆସନ୍ତା ବୈଠକରେ ବିଭାଗୀୟ ଅଧିକାରୀ ରଖିବେ ।
ସୀମା ବିବାଦ ସଂକ୍ରାନ୍ତରେ ବିଧାନସଭା ଗୃହ କମିଟିର ବୈଠକ - Border Disputes
ରାଜ୍ୟର ଲାଗି ରହିଥିବା ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ତୁରନ୍ତ ବିବାଦ ସମାଧାନ କରିବାକୁ ବିଧାୟକମାନେ ଦାବି ରଖିଛନ୍ତି । ଅଧିକ ପଢନ୍ତୁ...
ସୀମା ବିବାଦ ସଂକ୍ରାନ୍ତରେ ବିଧାନସଭା ଗୃହ କମିଟିର ବୈଠକ
ସୀମା ବିବାଦ ସଂକ୍ରାନ୍ତରେ ବିଧାନସଭା ଗୃହ କମିଟିର ବୈଠକ
ସେପଟେ, ସୀମା ବିବାଦ ଯୋଗୁଁ ଦେଖାଦେଇଥିବା ସମସ୍ୟା ଦୂର କରିବା ସହ ଆନୁଷ୍ଠାନିକ ସହାୟତା ଦେବାକୁ ବିଜେପି ବିଧାୟକ ମୋହନ ମାଝୀ ଦାବି କରିଛନ୍ତି । 5 କିଲୋମିଟର ମଧ୍ୟରେ ସ୍କୁଲ ନ ଘୁଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ମଧ୍ୟ ସେ କହିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିିଭି ଭାରତ
Last Updated : Jan 19, 2021, 4:04 PM IST