ଓଡିଶା

odisha

ETV Bharat / city

ପରିବା ରାଣୀ ମାମୁନି, କଳାକୃତି ଦେଖିଲେ ଲାଖିଯିବ ଆଖି - physically challenged girl mamuni

ମାମୁନି ଦଳାଇ। ପିଲାଟି ଦିନରୁ ଚାଲିପାରନ୍ତି ନାହିଁ । ହାତ ବି ଭଲରେ କାମ କରୁନି। କିନ୍ତୁ ସେ କୌଣସି ସାଧାରଣ ଝିଅଟିଏ ଠାରୁ କମନୁହଁନ୍ତି। ନିଜ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ବାସରେ ସେ ଆଗେଇ ଚାଲିଛନ୍ତି। ଅଧିକ ପଢନ୍ତୁ...

କେବଳ ଶରୀରରୁ ଦିବ୍ୟାଙ୍ଗ, ବିଚାରରରୁ ନୁହେଁ
କେବଳ ଶରୀରରୁ ଦିବ୍ୟାଙ୍ଗ, ବିଚାରରରୁ ନୁହେଁ

By

Published : Dec 3, 2019, 7:16 PM IST

ଭୁବନେଶ୍ବର: ତାଙ୍କ ହାତ ସାଧାରଣ ନୁହେଁ। ତଥାପି ସେ କରିପାରନ୍ତି ଅସାଧାରଣ କାମ। ନିଜ କଳା କାରିଗରୀରେ ସେ ପରିବାକୁ ବ୍ୟବହାର କରି ନାନାଦି କଳାକୃତି କରିଥାନ୍ତି । ବାଇଗଣ, ଗାଜର, ଅମୃତଭଣ୍ଡାକୁ ସେ ଅତିସୁନ୍ଦର ଓ ସହଜରେ ମୂର୍ତ୍ତିର ରୂପ ଦିଅନ୍ତି । କେବେଳ ଏତିକି ନୁହେଁ ପାଠ, ଗୀତ, କମ୍ପୁଟର ସବୁଥିରେ ସେ ପାରଙ୍ଗମ । ଏଥିପାଇଁ ସେ ରାଜ୍ୟ ସରକାରଙ୍କଠାରୁ ବହୁ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି। ହେଲେ ଦୁଃଖ ଯେ କେବଳ ମାନପତ୍ର ଓ ପ୍ରାଇଜରେ ଅଟକିଗଲା ତାଙ୍କ ସ୍ବପ୍ନ।

ମାମୁନି ଦଳାଇ । ପିଲାଟି ଦିନରୁ ଚାଲିପାରନ୍ତି ନାହିଁ। ହାତ ବି ଭଲରେ କାମ କରୁନି। କିନ୍ତୁ ସେ କୌଣସି ସାଧାରଣ ଝିଅଟିଏ ଠାରୁ କମ ନୁହଁନ୍ତି । ନିଜ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ବାସରେ ସେ ଆଗେଇ ଚାଲିଛନ୍ତି। ହେଲେ ଦୁଃଖ ଯେ, ବାପା ଚାଲିଯିବା ପରେ ଏବେ ଘରର ରୋଜଗାର କିଛି ପନ୍ଥା ନାହିଁ । ତା ଉପରେ ପୁଣି 3 ପ୍ରାଣୀ । ଏତେ ସବୁ ଭିତରେ ମାମୁନିଙ୍କ ରକ୍ଷଣାବେକ୍ଷଣା ଓ ପାଠପଢା କଷ୍ଟକର ହୋଇପଡିଛି । କେବଳ 500 ଟଙ୍କାର ଭତ୍ତା ଛଡା ଆଉ କିଛି ମିଳୁନି।

କେବଳ ଶରୀରରୁ ଦିବ୍ୟାଙ୍ଗ, ବିଚାରରରୁ ନୁହେଁ

ସମସ୍ତେ ପାଳନ କରୁଛନ୍ତି ବିଶ୍ଵ ଭିନ୍ନକ୍ଷମ ଦିବସ। ମାତ୍ର ମାମୁନିଙ୍କ ଭଳି ଦିବ୍ୟାଙ୍ଗଙ୍କ ପ୍ରତି ସତେ ଯେମିତି କାହାର ଦୃଷ୍ଟି ନାହିଁ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details