ଭୁବନେଶ୍ବର: ଆମେ ଅନେକ ମହିଳା ସ୍ବାବଲମ୍ବୀଙ୍କୁ ଦେଖି ଆସିଛୁ । ଆଉ ସେଭଳି ସ୍ବାବଲମ୍ବୀ ମହିଳାଙ୍କ ଭିତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ତିନି ଯୁବତୀ ରାଜଶ୍ରୀ ,ହିମାନି, ଓ ମାନସୀ।
ରାଜଧାନୀ ରସୁଲଗଡ଼ ଛକର ରାସ୍ତା କଡ଼ରେ ଛୋଟିଆ ଜଳଖିଆ ଷ୍ଟଲ କରି ନିଜର ପେଟ ପାଟଣା ପୋଷୁଛନ୍ତି। ଯାହାର ନାଁ ରହିଛି 'ବେଷ୍ଟି ପଏଣ୍ଟ' । ତାସହ ନିଜର ପାଠପଢା ଖର୍ଚ୍ଚ ବି ନିଜେ ବହନ କରୁଛନ୍ତି। କାହା ଉପରେ ନିର୍ଭରଶୀଳ ନହୋଇ, ନିଜେ ଆତ୍ମନିର୍ଭରଶୀଳ ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି ଏହି ଝିଅମାନେ।