ଭୁବନେଶ୍ବର: ପୁଣିଥରେ ଦୋଳି ଓ ମୀନାବଜାର ବ୍ୟବସାୟ ଚାଲୁ ଦାବିରେ ଗାନ୍ଧୀ ମାର୍ଗରେ ଗର୍ଜିଲେ ଦୋଳି ଓ ମୀନାବଜାର ମହାସଂଘ। ଦାବି ପୂରଣ ଲାଗିରାସ୍ତାରେ ଶୋଇ ଗାଡି ଅଟକାଇଲେ ବିକ୍ଷୋଭକାରୀ । କାରଣ ଦୀର୍ଘ ବର୍ଷେ ହେବ କୋରୋନା ମହାମାରୀ ଯୋଗୁଁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି । କଟକଣା ଭିତରେ ଦୋକାନ ବଜାର ସିନେମା ହଲ୍ ଖୋଲାଯାଇଛି ମାତ୍ର ସରକାର ମୀନା ବଜାର ଖୋଲିବାକୁ ଅନୁମତି ଦେଉ ନାହାଁନ୍ତି । ଏହି କାରଣରୁ ସଂଘ ଉଦବେଗ ପ୍ରକାଶ କରିଛି ।
ଏମାନେ ସ୍ବଳ୍ପ ବ୍ୟବସାୟୀ ହୋଇଥିବା କାରଣରୁ ମୀନାବଜାର ଓ ଦୋଳି ପଡିଲେ ହିଁ, ଏମାନଙ୍କ ଘରେ ଚାଲେ କିନ୍ତୁ ବ୍ୟବସାୟ ପାଇଁ ଏଯାବତ ରାଜ୍ୟ ସରକାର ସେମାନଙ୍କୁ ଅନୁମତି ହେଉନଥିବାରୁ ଜୀବନଜୀବିକା ନେଇ ହତାଶ ବ୍ୟବସାୟୀ । ନା ଖାଇବାକୁ ପାଖରେ ପଇସା ଅଛି ନା ଘର ଚଳାଇବା ପାଇଁ । ଏହାକୁ ନେଇ ଲୋୟର ପିଏମଜି ଠାରେ ୭ ଦିନ ହେବ ଧାରଣାରେ ବସି ରହିଥିଲେ କିନ୍ତୁ ସରକାରଙ୍କ କର୍ଣ୍ଣପାତ ନକରିବାରୁ ବିଶାଳ ଶୋଭାଯାତ୍ରାରେ ଆସି ରାଜରାସ୍ତାରେ ନାରାବାଜି କରିଥିଲେ ଆଉ ସେମାଙ୍କ ବ୍ୟବସାୟ ତୁରନ୍ତ ଚାଲଇବାକୁ ଅନୁମତି ପାଇଁ ଦାବି କରିଥିଲେ ।