ଓଡିଶା

odisha

ETV Bharat / city

ଏପ୍ରିଲ ପ୍ରଥମ ସପ୍ତାହରେ ମେଡ଼ିକାଲ ସ୍ପଟ୍ ନାମଲେଖା - ମେଡ଼ିକାଲ ସ୍ପଟ୍ ନାମଲେଖା

ରାଜ୍ୟରେ ଖାଲିପଡ଼ିଲା ମେଡ଼ିକାଲ ସିଟ। ଏପ୍ରିଲ ପ୍ରଥମ ସପ୍ତାହରେ ମେଡ଼ିକାଲ ସ୍ପଟ୍ ନାମଲେଖା ଆରମ୍ଭ ହେବ। ଅଧିକ ପଢ଼ନ୍ତୁ

medical spot admission starts from first week of april
ଏପ୍ରିଲ ପ୍ରଥମ ସପ୍ତାହରେ ମେଡ଼ିକାଲ ସ୍ପଟ୍ ନାମଲେଖା

By

Published : Mar 29, 2022, 4:42 PM IST

ଭୁବନେଶ୍ବର: ରାଜ୍ୟରେ ଖାଲିପଡ଼ିଲା ମେଡ଼ିକାଲ ସିଟ। ଏପ୍ରିଲ ପ୍ରଥମ ସପ୍ତାହରେ ମେଡ଼ିକାଲ ସ୍ପଟ୍ ନାମଲେଖା ଆରମ୍ଭ ହେବ। ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମ ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ସ୍ପଟ ନାମ ଲେଖା କରାଯିବ। ରାଜ୍ୟରେ 1466 ମେଡ଼ିକାଲ ସିଟ ମଧ୍ୟରୁ 1439ଟି ପୂରଣ ହୋଇଛି।

medical spot admission starts from first week of april

ସରକାରୀ ଓ ଘରୋଇ ହାଇଟେକ ଭେଷଜ ମହାବିଦ୍ୟାଳୟର ଏମ୍‌ବିବିଏସ୍ (MBBS) ଓ ବିଡିଏସ୍ (BDS) ଡାକ୍ତରୀ ଆସନ ଲାଗି ଏପ୍ରିଲ ପ୍ରଥମ ସପ୍ତାହରେ ସ୍କଟ ନାମଲେଖା କରାଯିବ। ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ଓ ବେସରକାରୀ କଲେଜ ଗୁଡିକର ରାଜ୍ୟ କୋଟାରେ ଥିବା 1466 ସିଟ ମଧ୍ୟରୁ 1439ଟି ପୂରଣ ହୋଇଥିବାବେଳେ ଆଉ 27ଟି ସିଟ ବଳକା ରହିଛି। ସେଥିରେ ଏମ୍‌ବିବିଏସ୍‌ର 12 ଟି ଓ ବିଡିଏସ୍‌ 15ଟି ସିଟ୍ ରହିଛି ।

ଓଜେଇଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏସ୍‌ସିବି ମେଡିକାଲ କଲେଜର 212 ଓ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ 213 ଟି ଏମବିବିଏସ ସିଟ ପୂରଣ ହୋଇଛି। ସେହିପରି ଭିମ୍‌ସାର ବୁର୍ଲା, ବାରିପଦା ମେଡିକାଲ କଲେଜ, କୋରାପୁଟ ମେଡିକାଲ କଲେଜ, ବଲାଙ୍ଗୀର ଓ ପୁରୀ ମେଡିକାଲ କଲେଜର ସମସ୍ତ ସିଟ ପୂରଣ ହୋଇଯାଇଛି । ଫକୀର ମୋହନ ମେଡିକାଲ କଲେଜର ଗୋଟିଏ, ହାଇଟେକ ଭୁବନେଶ୍ବରର 3ଟି, ହାଇଟେକ ରାଉରକେଲାର 8ଟି ଏମ୍‌ବିବିଏସ୍ ସିଟ୍ ଖାଲି ରହିଛି। ବିଡିଏସ୍ ପାଠ୍ୟକ୍ରମରେ ଏସ୍‌ସିବି ମେଡିକାଲ କଲେଜର 54 ସିଟ ପୂରଣ ହୋଇଯାଇଥିବାବେଳେ ହାଇଟେକ ମେଡିକାଲ କଲେଜରେ 15ଟି ସିଟ ଖାଲି ପଡ଼ିଥିବା ଜଣାପଡ଼ିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details