ଭୁବନେଶ୍ବର:ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ମେଡିକାଲ୍ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ଉଦଘାଟନ କରାଯାଇଛି। ଏହା ମଞ୍ଚେଶ୍ବରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ 600 ଲିଟର କ୍ଷମତା ବିଶିଷ୍ଟ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ପ୍ରସ୍ତୁତ କରାଯାଇଛି ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଏବଂ ରେଳପଥର ବିଭାଗୀୟ ପ୍ରମୁଖ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମଞ୍ଚେଶ୍ବରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ 600 ଲିଟର କ୍ଷମତା ବିଶିଷ୍ଟ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଉଦଘାଟନ କରିଛନ୍ତି। ଏହି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟକୁ ଅମ୍ଳଜାନ ଯୋଗାଣ ପାଇଁ ଆତ୍ମନିର୍ଭରଶୀଳ କରିବ । ଏହା ବ୍ୟତୀତ କୋଭିଡ ଏବଂ ଅମ୍ଳଜାନ ସପ୍ଲିମେଣ୍ଟ ଆବଶ୍ୟକ କରୁଥିବା ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ଚାହିଦା ପୂରଣ କରିପାରିବ ।