ଭୁବନେଶ୍ବର: ରାଜ୍ୟ ସରକାର ଚିକିତ୍ସା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିଥିବାବେଳେ ୫'ଟି' ଯୋଜନା ଦ୍ବାରା ଏହା ଅଧିକ କ୍ରିୟାଶୀଳ ହୋଇଛି । ଏହି କ୍ରମରେ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଶୁକ୍ରବାର ଉକ୍ତ ପ୍ରସ୍ତାବକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।
ଭଦ୍ରକରେ ଏମସିଏଚ୍, ମଦର ଚାଇଲ୍ଡ ହସ୍ପିଟାଲକୁ ସଂପ୍ରସାରଣ କରାଯାଇ 100 ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯିବ । ଏଥିସହିତ ହସ୍ପିଟାଲର ଚାରିପାଖରେ ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ 6 କୋଟି ଟଙ୍କା ଖର୍ଚ୍ଚ ହେବ । ବୈଠକରେ ଜିଲ୍ଲାର ବିଧାୟକ ଖାଲି ଥିବା ଡାକ୍ତର ପଦବୀ ପୂରଣ ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ ।