ଓଡିଶା

odisha

By

Published : Jul 10, 2022, 4:44 PM IST

ETV Bharat / city

ସ୍କୁଲ ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା !

ଏଣିକି ବିନା ଅନୁମତିରେ ସ୍କୁଲ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି କି କୌଣସି ବାହାର ଲୋକ । ଶିକ୍ଷାଦାନରେ ବ୍ୟାଘାତ ହେଉଥିବାରୁ ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ

ବିନା ଅନୁମତିରେ ସ୍କୁଲ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି : ସ୍କୁଲ ଓ ଗଣଶିକ୍ଷା ବିଭାଗ
ବିନା ଅନୁମତିରେ ସ୍କୁଲ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି : ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର : ଗଣମାଧ୍ୟମ ଉପରେ ରୋକ ଲଗାଇବା ଠିକ ନିଷ୍ପତି ନୁହେଁ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିନ୍ଦନୀୟ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ଗଣମାଧ୍ୟମକୁ ଆକଟ କରିବା ନିମନ୍ତେ ଗୋଟିଏ ପରେ ଗୋଟିଏ ନିୟମ ଲଗେଇ ଚାଲିଛନ୍ତି ରାଜ୍ୟ ସରକାର । ପ୍ରଥମେ ଏସସିବି ମେଡ଼ିକାଲକୁ ଯିବା ପାଇଁ ଗଣମାଧ୍ୟମକୁ ରୋକ ଲଗାଇଲେ। ସେହିପରି ସଚିବାଳୟ ଏବଂ ବିଧାନସଭାକୁ ମଧ୍ୟ ଛାଡୁ ନାହାଁନ୍ତି । ଏବେ ପୁଣି ସ୍କୁଲକୁ ମନା । ରାଜ୍ୟ ସରକାର ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ଏଭଳି କଟକଣା ଲଗାଉଛନ୍ତି ବୋଲି ସୁର ଅଭିଯୋଗ କରିଛନ୍ତି ।

ବିନା ଅନୁମତିରେ ସ୍କୁଲ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି : ସ୍କୁଲ ଓ ଗଣଶିକ୍ଷା ବିଭାଗ
ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏବେ ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି, ତାହାକୁ ପ୍ରତ୍ୟାହାର କରନ୍ତୁ । ଏ ସମ୍ପର୍କରେ ଶୁଣି ମୁଁ ହତବାକ । ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପଶିବାକୁ ନଦେବା ଏକ ହାସ୍ୟାସ୍ପଦ ଘଟଣା । ସରକାରଙ୍କ ଏହି ନିର୍ଦ୍ଦେଶ ଗଣତାନ୍ତ୍ରିକ ପଦ୍ଧତିରେ ସାମ୍ବାଦିକଙ୍କ ଅଧିକାରରେ ବାଧା ସୃଷ୍ଟି କରୁଛନ୍ତି ।

ମୁଁ ଯେତେବେଳେ ଶିକ୍ଷା ସଚିବ ଥିଲି, ସେତେବେଳେ ସ୍କୁଲରେ ନୋ ପନିସମେଣ୍ଟ ଜୋନ କରାଯାଇଥିଲା । ଆଉ ସେତେବେଳେ ଗଣମାଧ୍ୟମ ବନ୍ଧୁମାନଙ୍କୁ କହିଥିଲୁ, ଯଦି କେଉଁଠି ଏହି ନିୟମର ଉଲ୍ଲଘଂନ ହେଉଛି, ତାହାକୁ ଜଣାନ୍ତୁ । ତେଣୁ ଏବେ ସରକାର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ ଶୀଘ୍ର ପ୍ରତ୍ୟାହାର କରିନିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details