ଭୁବନେଶ୍ବର:ବିନା ଅନୁମତିରେ ସ୍କୁଲ୍ କ୍ୟାମ୍ପସ ଭିତରେ ପଶି ପାରିବେନାହିଁ ଗଣମାଧ୍ୟମର ପ୍ରତିନିଧି । ସ୍କୁଲ ହତା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କିଛି ପଚାରି ପାରିବେ ନାହିଁ । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ କହିବା ଅନୁଯାୟୀ,'' ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କଲୁକୁ ପ୍ରବେଶ କରୁଛନ୍ତି । ମୁଁ ମଧ୍ୟ ଦେଖିଛି କିଛି ସ୍ଥାନରେ ସେପରି ଘଟଣା ଘଟିବା ପରେ ବିଇଓ ମାନେ ଚିଠି ଜାରି କରିଛନ୍ତି । ମୁଁ ଆଶା କରିବି ଏବଂ ଅନୁରୋଧ କରିବି ସମସ୍ତ ଗଣମାଧ୍ୟମ ଆମକୁ ସହଯୋଗ କରନ୍ତୁ । ଯାହା ଆବଶ୍ୟକତା ରହିଛି ଯାହା ସମସ୍ୟା ରହିଛି ତାକୁ ନଜରକୁ ଆଣିବା ପାଇଁ ଗଣମାଧ୍ୟମ ଅଧିକାର ରହିଛି । କିନ୍ତୁ କେତେ ଗୁଡିଏ ସ୍ଥାନରେ ଗଣମାଧ୍ୟମର ଭୂମିକା ମଧ୍ୟ ଅନାବଶ୍ୟକଠୁ ଅଧିକ ହେଉଛି । ତେଣୁ ସେହି କଥାକୁ ଆଧାର କରି ସ୍ଥାନୀୟ କ୍ଷେତ୍ରରେ ବିଇଓ ମାନେ କରିଥିବା ମୋ ନଜରକୁ ଆସିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ''।
ଗଣମାଧ୍ୟମକୁ ସ୍କୁଲ ହତା ମନା, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ - ବିନା ଅନୁମତିରେ ସ୍କୁଲ୍ କ୍ୟାମ୍ପସରେ ପଶି ପାରିବେନାହିଁ ଗଣମାଧ୍ୟମ
ବିନା ଅନୁମତିରେ ସ୍କୁଲ୍ କ୍ୟାମ୍ପସ ଭିତରେ ପଶି ପାରିବେ ନାହିଁ ଗଣମାଧ୍ୟମର ପ୍ରତିନିଧି । ସ୍କୁଲ ହତା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କିଛି ପଚାରି ପାରିବେ ନାହିଁ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି ।
ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ଅଙ୍କୁଶ କି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର କଥା କହିବାକୁ କାହାକୁ ପଇସା ପଡେନି । ଯାହା ଆମର ଦୋଷ ଦୁର୍ବଳତା ଆମେ ଆମର ଜାଣିଛୁ । କେବଳ ଗଣମାଧ୍ୟମ କହିଲେ ଯେ ଆମେ ଜାଣୁଛୁ ସେ କଥା ନୁହେଁ । ଆମର ବ୍ୟବସ୍ଥା ଭିତରେ ଆମେ ଚାଲୁଛୁ । ଯାହା ସମ୍ଭବ ଆମେ କରୁଛୁ । ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ବାଦ ମଧ୍ୟ ଅନେକ ୱେବ ଚ୍ୟାନେଲ ହୋଇଗଲେଣି। ସେମାନେ ମଧ୍ୟ ପ୍ରେସ ମାରିକି ବୁଲୁଛନ୍ତି । ଅନାବଶ୍ୟକ ଭାବେ ସ୍କୁଲରେ ପଶିକି ପାଠ ପଢ଼ାରେ ଇଣ୍ଟରଭ୍ୟୁ କରୁଛନ୍ତି । ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକ ମାନଙ୍କୁ ଏପରି ହଇରାଣ କରିବା ଅନୁଚିତ । ତେଣୁ ଅନୁମତି ନେଇ କି ସ୍କୁଲରେ ପଶିବାକୁ ଚିଠି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
TAGGED:
ଗଣମାଧ୍ୟମକୁ ସ୍କୁଲ ହତା ମନା