ଓଡିଶା

odisha

By

Published : Oct 18, 2021, 10:26 PM IST

ETV Bharat / city

କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ଏମସିଏଲ

ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲ୍ଡ ଲିମିଟେଡ(MCL) ଗତକାଲି ୫.୪୭ ଲକ୍ଷ ଟନ୍ କୋଇଲା ଉପଭୋକ୍ତାଙ୍କୁ ଯୋଗାଇଛି । ଗୋଟିଏ ପକ୍ଷ ମଧ୍ୟରେ ଏହା ନିଜସ୍ବ ରେକର୍ଡ ୫.୪୫ ଲକ୍ଷ ଟନ୍‌କୁ ଟପି ପାରିଛି । ଅଧିକ ପଢନ୍ତୁ...

MCL touches new peak in coal supply
କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ଏମସିଏଲ

ଭୁବନେଶ୍ବର:ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲ୍ଡ ଲିମିଟେଡ(MCL) ଗତକାଲି ୫.୪୭ ଲକ୍ଷ ଟନ୍ କୋଇଲା ଉପଭୋକ୍ତାଙ୍କୁ ଯୋଗାଇଛି । ଗୋଟିଏ ପକ୍ଷ ମଧ୍ୟରେ ଏହା ନିଜସ୍ବ ରେକର୍ଡ ୫.୪୫ ଲକ୍ଷ ଟନ୍‌କୁ ଟପି ପାରିଛି । କମ୍ପାନୀ ସର୍ବକାଳୀନ ଅଧିକ ୧୦୩ ରେକ କୋଇଲା ଯୋଗାଇଛି । ଏଥିରୁ ୬୫ ରେକ ତାଳଚେର କେଲ୍‌ଫିଲ୍ଡରୁ ଆସିଥିବାବେଳେ ୩୮ ରେକ୍ ଇବ୍ ଉପତ୍ୟକା କୋଲ୍‌ଫିଲ୍ଡରୁ ଉତ୍ତୋଳିତ ହୋଇଛି ।

କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ଏମସିଏଲ

କେବଳ ଅକ୍ଟୋବର ମାସରେ ଦିନକୁ ୫. ୧୭ଲକ୍ଷ ଟନ୍ କୋଇଲା ଯୋଗାଣ କରିଛି ଏମ୍‌ସିଏଲ । ଏହା ସହ ଏମ୍‌ସିଏଲ ଖଣି ଶ୍ରମିକ ଓ ଅଧିକାରୀଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ ସିହ୍ନା ଅଭିନନ୍ଦନ ଜଣାଇଛନ୍ତି । ଏମସିଏଲର ପର୍ଯ୍ୟାପ୍ତ କୋଇଲା ମହଜୁଦ ଥିବା ଦର୍ଶାଇଛନ୍ତି ନିର୍ଦ୍ଦେଶକ ପି.କେ ସିହ୍ନା । ସେ କହିଛନ୍ତି ଯେ ଅକ୍ଟୋବର ମାସରେ କୋଇଲା ଉତ୍ପାଦନ, ଯୋଗାଣ ଓ ଓଭର ବର୍ଡନ (ଓବି) ଉତ୍ତୋଳନରେ ଯଥାକ୍ରମେ ୨୬.୫%, ୩୪.୩% ଓ ୭୧.୭% ବୃଦ୍ଧି ଘଟିଛି । ଏହା ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଅଧିକ ।

କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ଏମସିଏଲ

ଚଳିତ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଆଖିଦୃଶିଆ ବୃଦ୍ଧି କରି ଏମସିଏଲ ୭୮.୫ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ଏଥିରେ ଶତକଡା ୧୨.୧୬% ବୃଦ୍ଧି ଘଟିଛି । ଖାଉଟି ମାନଙ୍କୁ ଗତବର୍ଷ ଏହି ସମୟ ମଧ୍ୟରେ ୭୪.୩୩ ନିୟୁତ ଟନ୍ ଶୁଷ୍କ ଇନ୍ଧନ ଯୋଗାଇଥିବାବେଳେ ଚଳିତବର୍ଷ ଏହା ୮୯.୬୫ନିୟୁତ ଟନ୍‌କୁ ବୃଦ୍ଧି ପାଇଛି । ଓଭରବଡନ(ଓବି) ଉତ୍ତୋଳନରେ ମଧ୍ୟ ଏମସିଏଲ୍‌ରେ ଆଖିଦୃଶିଆ ବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷରେ ଶତକଡା ୧୨୨.୨ପ୍ରତିଶତ ଅର୍ଥାତ୍ ୧୦୧.୦୨ ନିୟୁତ କ୍ୟୁବିକ ମିଟର ହୋଇଛି । ଏହାଫଳରେ କୋଇଲା ଉତ୍ତୋଳନ ବୃଦ୍ଧି ପାଇବା ସହ ବଜାର ଚାହିଦା ମଧ୍ୟ ପୂରଣ କରିହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details