ଭୁବନେଶ୍ବର: ବିଜେଡି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ଆଜି ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫାପତ୍ର ରାଜ୍ୟ ସରକାରଙ୍କ ପାଖକୁ ପଠାଇଛନ୍ତି । ରାଜ୍ୟ ସରକାର ମଧ୍ୟ ସୁଲୋଚନାଙ୍କ ଇସ୍ତଫା ଗ୍ରହଣ କରିଥିବା ସୂଚନା ମିଳିଛି ।
ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ସୁଲୋଚନାଙ୍କ ଇସ୍ତଫା, ଗ୍ରହଣ କଲେ ରାଜ୍ୟ ସରକାର - ମେୟର ପ୍ରାର୍ଥୀ ସୁଲୋଚନାଙ୍କ ଇସ୍ତାଫା
ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଲେ ବିଜେଡି ଭୁବନେଶ୍ୱର ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ । ଅଧିକ ପଢନ୍ତୁ
ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ପଦରୁ ସୁଲୋଚନାଙ୍କ ଇସ୍ତଫା, ଗ୍ରହଣ କଲେ ରାଜ୍ୟ ସରକାର
ଦୀର୍ଘ 3ବର୍ଷ ହେଲା ସୁଲୋଚନା ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ । ତେବେ ବିଜେଡି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ହେବା ପରେ ତାଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ପଡିଛି । ଇସ୍ତଫା ପତ୍ର ସେ ରାଜ୍ୟ ସରକାରଙ୍କୁ ପ୍ରେରିତ କରିଥିଲେ ଯାହା ଗୃହୀତ ହୋଇଯାଇଛି । ସୁଲୋଚନା ଇସ୍ତଫା ଦେବା ପରେ ପରବର୍ତ୍ତୀ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କିଏ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Mar 9, 2022, 9:07 PM IST