ଓଡିଶା

odisha

ETV Bharat / city

ଆର ଭ୍ୟାଲ୍ୟୁ ବୃଦ୍ଧି ଯୋଗୁଁ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି: ସ୍ୱାସ୍ଥ୍ୟ ବିଶେଷଜ୍ଞ - ଆର ଭାଲ୍ୟୁ ବୃଦ୍ଧି

କୋରୋନା ଭାଇରସର ସେଭଳି ମ୍ୟୁଟାଣ୍ଟ ହୋଇନାହିଁ। ଲୋକେ ସତର୍କ ନହେବାରୁ ସମାଜରେ ଆର ଭାଲ୍ୟୁ ବୃଦ୍ଧି ପାଇବାରେ ଲାଗିଛି। ଆର ଭ୍ୟାଲ୍ୟୁ ବୃଦ୍ଧି ପାଇବା ପରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଅଧିକ ପଢନ୍ତୁ...

ଆର ଭାଲ୍ୟୁ ବୃଦ୍ଧି ଯୋଗୁଁ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି: ସ୍ୱସ୍ଥ୍ୟ ବିଶେଷଜ୍ଞ
ଆର ଭାଲ୍ୟୁ ବୃଦ୍ଧି ଯୋଗୁଁ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି: ସ୍ୱସ୍ଥ୍ୟ ବିଶେଷଜ୍ଞ

By

Published : Sep 5, 2021, 9:15 PM IST

ଭୁବନେଶ୍ବର: କେରଳରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଦେଶରେ ଆର ଭ୍ୟାଲ୍ୟୁ ବୃଦ୍ଧି ପାଉଥିବା ବେଳେ ରାଜ୍ଯରେ ଟିପିଆର ବୃଦ୍ଧି ପାଇବାରେ ଲାଗିଛି । ଆର ଭ୍ୟାଲ୍ୟୁ ବୃଦ୍ଧି ପାଇବା ପରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ରାଜ୍ୟରେ କୋରୋନା ସଂକ୍ରମଣ ଏଭଳି ଏକ ସ୍ଥିତିରେ ରହିଛି ଯେଉଁଠି ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆଶଙ୍କା ଦେଖାଦେଉଛି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଆର ଭାଲ୍ୟୁ ବୃଦ୍ଧି ଯୋଗୁଁ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି: ସ୍ୱସ୍ଥ୍ୟ ବିଶେଷଜ୍ଞ

ବର୍ତ୍ତମାନ ଯାଏଁ କେରଳ, ମହାରାଷ୍ଟ୍ର, ମିଜୋରାମ ଭଳି ରାଜ୍ୟରେ ଡେଲଟା ଭାରିଆଣ୍ଟ ପ୍ରକୋପ ଜାରି ରଖିଥିବାବେଳେ ପରବର୍ତ୍ତୀ ସମୟରେ ଏହି ଭାରିଆଣ୍ଟ ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି । ଓଡିଶାରେ କିନ୍ତୁ ପରିସ୍ଥିତି ଆୟତ୍ତରେ ରହିଛି । କଟକଣା ନମାନିଲେ ପୁଣି ବଢିବ ସଂକ୍ରମଣ ଆଚରଣ ବିଧି ପାଳନ ଉପରେ ସରକାରଙ୍କ ନଜର।

ଡେଲଟା ଭାରିଆଣ୍ଟ ପାଇଁ ରାଜ୍ୟରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ। ଡେଲଟା ଯୋଗୁଁ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଆର ଭ୍ୟାଲ୍ୟୁ । ଏଭଳି ପରିସ୍ଥିତିରେ ଦେଶରେ ତୃତୀୟ ଲହର ଖୁବଶୀଘ୍ର ଆସିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ଆର ଭ୍ୟାଲ୍ୟୁ ବଢିବା ସହ ଜଣେ ସଂକ୍ରମିତଙ୍କ ଠାରୁ ଅନ୍ୟ ଲୋକଙ୍କୁ ସଂକ୍ରମଣ ବୃଦ୍ଧି ପାଇବା ସଂଖ୍ୟା ବଢିବାରେ ଲାଗିଛି । ଏଭଳି ପରିସ୍ଥିତି ଜାରି ରହିଲେ ଦେଶରେ ପରିସ୍ଥିତି ପୁଣି ଅଣାୟତ୍ତ ହେବା ଆଶଙ୍କା ରହିଛି। ଆମେରିକା ଭଳି ଉନ୍ନତ ଦେଶରେ ଏଥିପାଇଁ ଟୀକାକରଣକୁ ଗୁରୁତ୍ବ ଦିଆଯାଉଥିଲେ ମଧ୍ୟ ସେଠାରେ ସଂକ୍ରମଣ ରୋକିବାର ନାଁ ଧରୁନି। ଯଦିଓ ଗୁରୁତରଙ୍କ ସଂଖ୍ୟା କମ ରହୁଛି ହେଲେ ସଂକ୍ରମିତଙ୍କ ସଂଖ୍ୟାରେ କୌଣସି କମି ଆସିପାରୁ ନାହିଁ ।

ପୂର୍ବରୁ ନୂଆ ଭାରିଆଣ୍ଟ ପାଇଁ ତୃତୀୟ ଲହରରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଥିବା ବେଳେ ଏବେ ଡେଲଟା ଭାରିଆଣ୍ଟ ଯୋଗୁଁ ସମାନ ପରିସ୍ଥିତି ଜାରି ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ସଂକ୍ରମଣ ରୋକିବା ପାଇଁ ଏକ ମାତ୍ର ସାଧନ ହେଉଛି ସାମାଜିକ ଦୂରତା ଓ ମାସ୍କ । ଏଥିପାଇଁ ରାଜ୍ୟ ସରକାର ଲାଗୁ କରିଛନ୍ତି ଆଚରଣବିଧି। ହେଲେ ଆଚରଣବିଧି ଓ ଆଚରଣ ପାଳିବା ଉପରେ ଲୋକେ ଗୁରୁତ୍ବ ନଦେଲେ ସଂକ୍ରମଣ ପୁଣି ବଢିବ।

ଏଥିପାଇଁ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି। ଜୀବନ ଜୀବିକାକୁ ନଜରରେ ରଖି ବର୍ତ୍ତମାନ ରାଜ୍ୟ ସରକାର ଆଚରଣବିଧିକୁ କୋହଳ କରିଛନ୍ତି । ହେଲେ ଲୋକେ ଏହାକୁ ମାନୁ ନଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି। ବର୍ତ୍ତମାନ କୋରୋନା ଭାଇରସର ସେଭଳି ମ୍ୟୁଟାଣ୍ଟ ହୋଇନାହିଁ । ଲୋକେ ସତର୍କ ନହେବାରୁ ସମାଜରେ ଆର ଭ୍ୟାଲ୍ୟୁ ବୃଦ୍ଧି ପାଇବାରେ ଲାଗିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ମତ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details