ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ପାଣିପାଗରେ ବଡ ଧରଣର ପରିବର୍ତ୍ତନ ଆସୁଛି । କିଛି ଦିନ ପୂର୍ବେ ଓଡିଶାବାସୀ ଥଣ୍ଡାରେ ଥରୁଥିବାବେଳେ ଏବେ ଖରା ନିଆଁରେ ସିଝୁଛନ୍ତି । ସୋମବାର 13ଟି ସହରର ତାପମାତ୍ରା 30 ଡିଗ୍ରୀକୁ ଟପିଛି । ତେବେ 8 ତାରିଖରୁ ରାଜ୍ଯରେ କାଳବୈଶାଖୀ ସହ ବର୍ଷା ଲାଗିରହିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜଳୁଛି ଓଡିଶା! 8ରୁ କାଳବୈଶାଖୀ - temrature
8 ତାରିଖରୁ ରାଜ୍ଯରେ କାଳବୈଶାଖୀ ସହ ବର୍ଷା ଲାଗିରହିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ସୋମବାର 13ଟି ସହରର ତାପମାତ୍ରା 30 ଡିଗ୍ରୀକୁ ଟପିଛି । ଭୁବନେଶ୍ବର, ନବରଙ୍ଗପୁର ଏବଂ ତାଳଚେରରେ ସର୍ବାଧିକ 33 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା 9.4 ଡିଗ୍ରୀ ରହିଥିଲା । ତେବେ ଅନେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ଭୂମଧ୍ୟସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓଡିଶାବାସୀଙ୍କ ଚିନ୍ତାକୁ ବଢାଇ ଦେଇଛି । ଘୂର୍ଣ୍ଣିବଳୟ ଫଳରେ ଫେବୃଆରୀ 8ରୁ ରାଜ୍ୟର ଉତ୍ତର ଏବଂ କେନ୍ଦ୍ରାଞ୍ଚଳରେ କାଳବୈଶାଖୀର ସମ୍ଭାବନା ରହିଛି । ତେବେ ଏହି ସମୟରେ କେତେକ ସ୍ଥାନରେ ଦ୍ରୁତ ବେଗରେ ପବନ ବୋହିବା ସହ ବର୍ଷା ହେବ । 8ରୁ 10 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବାବେଳେ 7ରୁ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି ।