ଓଡିଶା

odisha

ETV Bharat / city

Matric Result: ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ - ମାଟ୍ରିକ୍ ପରୀକ୍ଷାକୁ ନେଇ ସମୀର ରଞ୍ଜନ ଦାଶଙ୍କ ସୂଚନା

ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଅଧିକ ପଢନ୍ତୁ

Matric Result: ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
Matric Result: ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ

By

Published : Jun 4, 2022, 12:28 PM IST

Updated : Jun 4, 2022, 12:45 PM IST

ଭୁବନେଶ୍ବର:ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ (Matric Result Relese date)। ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖାତାଦେଖା ଶେଷ (Evaluation of Matric exam answer papers) ହୋଇ ଅନ୍ୟ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଚଳିତବର୍ଷ ୫ ଲକ୍ଷ ୨୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

Matric Result: ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ

ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ହୋଇଥିଲା । ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଥିଲେ । ସେହିପରି ୯୦୦ ଜଣ ଡେପୁଟି ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ସ୍କୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦିନ ୧୦ ରୁ ୧୨ଟା ପର୍ଯ୍ୟନ୍ତ ଖାତାଦେଖା ହେଉଥିଲା । ଖାତାଦେଖା ଶେଷ ହୋଇଥିବା ବେଳେ ଅନଲାଇନରେ ମାର୍କ ଅପଲୋଡିଂ ହେବ ।

ଚଳିତ ବର୍ଷ ନୂଆ ଢାଞ୍ଚାରେ ହୋଇଥିଲା ମାଟ୍ରିକ ପରୀକ୍ଷା । ସମେଟିଭ ୧ ଓ ସମେଟିଭ ୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା । ସମେଟିଭ ୧ ପରୀକ୍ଷା ଶେଷ ହୋଇଥିବା ବେଳେ ଏପ୍ରିଲ ୨୯ ତାରିଖରୁ ସମେଟିଭ ୨ ପରୀକ୍ଷା ଆରମ୍ଭ ହୋଇଥିଲା । ତିନୋଟି ପଦ୍ଧତିରେ ଏହି ପରୀକ୍ଷା ମୂଲ୍ୟାୟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଥିଲା ।

ପ୍ରଥମ ପଦ୍ଧତିରେ ଗତବର୍ଷ ହୋଇଥିବା ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା ବା ଇଣ୍ଟରନାଲ ଆସେସମେଣ୍ଟର ୱେଟକୁ ଦୁଇ ଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ । ଦ୍ବିତୀୟ ପଦ୍ଧତିରେ ଏପ୍ରିଲରେ ହେବାକୁ ଥିବା ସମେଟିଭ ଆସେସମେଣ୍ଟ ୨ ଫଳାଫଳକୁ ଦୁଇ ଗୁଣ କରାଯିବ । ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟକୁ ୨୦ ପ୍ରତିଶତ, ସମେଟିଭ ଆସେସମେଣ୍ଟ ୧ର ୩୦ ପ୍ରତିଶତ ଓ ସମେଟିଭ ଆସେସମେଣ୍ଟ ୨କୁ ୫୦ ପ୍ରତିଶତ ୱେଟେଜ ଦିଆଯାଇ ଫଳାଫଳ ନିର୍ଦ୍ଧାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 4, 2022, 12:45 PM IST

ABOUT THE AUTHOR

...view details