ଅନିର୍ଦ୍ଧିଷ୍ଟ କାଳ ଯାଏଁ ମାଟ୍ରିକ ଖାତା ମୂଲ୍ୟାୟନ ସ୍ଥଗିତ - ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ
09:56 May 19
ସାମୁଦ୍ରିକ ଝଡ 'ଅମ୍ପାନ'କୁ ନେଇ ଏବେ ମାଟ୍ରିକ ଖାତା ମୂଲ୍ୟାୟନ ହେବନାହିଁ ବୋଲି ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଏନେଇ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ ।
ଭୁବନେଶ୍ବର: ପୁଣି ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ । 20 ମେ ପରିବର୍ତ୍ତେ, 21 ତାରିଖରୁ ହେବାର ଥିଲା ମୂଲ୍ୟାୟନ । ହେଲେ ସାମୁଦ୍ରିକ ଝଡ 'ଅମ୍ପାନ'କୁ ନେଇ ଏବେ ମୂଲ୍ୟାୟନ ହେବନାହିଁ ବୋଲି ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଏନେଇ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ ।
ସୂଚନାନୁଯାୟୀ, ବାତ୍ୟା ଅମ୍ପାନ ପାଇଁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ଖାତା ମୂଲ୍ୟାୟନ ଘୁଞ୍ଚାଯାଇଥିଲା ୨୧ କରାଯାଇଥିଲା । ସେପଟେ ଯୁକ୍ତ2ର ଅବଶିଷ୍ଟ ପରୀକ୍ଷା ନିର୍ଦ୍ଧାରିତ ସମୟ ଜୁଲାଇ 1 ରୁ 15 ଭିତରେରେ ହେବ । କିନ୍ତୁ ଜୁନ 1ରୁ ଯୁକ୍ତ2 ଖାତା ଦେଖା ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ