ଓଡିଶା

odisha

ETV Bharat / city

Matric Exam: ପରୀକ୍ଷା ପାଇଁ ସ୍କୁଲରେ ସ୍ବତନ୍ତ୍ର ବ୍ୟବସ୍ଥା - ମାଟ୍ରିକ ପରୀକ୍ଷା

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଦିନ ୮ ରୁ ୧୦ ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ରାଜ୍ୟରେ ୩୫୪୦ଟି କେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ୍ କେନ୍ଦ୍ର କରାଯାଇଛି । ଅଧିକ ପଢନ୍ତୁ

ଆଜିଠୁ ମାଟ୍ରିକ ପରୀକ୍ଷା: ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ଏକଜାମ୍
ଆଜିଠୁ ମାଟ୍ରିକ ପରୀକ୍ଷା: ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ଏକଜାମ୍

By

Published : Apr 29, 2022, 9:55 AM IST

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଦିନ ୮ରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ରାଜ୍ୟରେ ୩୫୪୦ଟି କେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ୍ କେନ୍ଦ୍ର କରାଯାଇଛି । ଟାଣ ଖରାକୁ ଦୃଷ୍ଟିରେ ରଖି ସକାଳ ୮-୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସକାଳ ୭ଟାରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯାଇଛି । ୭.୩୦ରେ ପିଲାଙ୍କୁ ଓ.ଏମ.ଆର ସିଟ ଦିଆଯାଇଛି । ଏହାସହ ୭.୪୫ରେ ପ୍ରଶ୍ନପତ୍ର ଦିଆଯାଇଥିଲା । ୮ ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ୮ଟାରୁ ୯ଟା ଓ.ଏମ.ଆର ସିଟରେ ୫୦ ମାର୍କର ଅବଜେକ୍ଟିଭ ପରୀକ୍ଷା ହେବ ।

ଆଜିଠୁ ମାଟ୍ରିକ ପରୀକ୍ଷା: ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ଏକଜାମ୍

୯ ଟାରୁ ୧୦ ଟା ଯାଏଁ ୩୦ ମାର୍କର ସବଜେକ୍ଟିଭ ପରୀକ୍ଷା ହେବ । କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ଖରା ପାଇଁ ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତ ବର୍ଷ ୫,୮୫,୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରୁ ୫,୭୧,୯୦୯ ଜଣ ହାଇସ୍କୁଲ, ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details