ଓଡିଶା

odisha

By

Published : Mar 26, 2021, 5:02 PM IST

ETV Bharat / city

ଏପ୍ରିଲ ପହିଲାରୁ ପ୍ରତିଦିନ ୮୦୦୦ ରୁ ଉର୍ଦ୍ଧ୍ବ ଟୀକାକରଣ

ଏପ୍ରିଲ ପହିଲାରୁ ଭୁବନେଶ୍ବରେ ଟୀକାକରଣକୁ ଦ୍ରୁତ କରାଯିବ । ଖାଲି ଟେଷ୍ଟିଂ ,ସଚେତନତା ନୁହେଁ ବରଂ ଏପ୍ରିଲ 1 ତାରିଖରୁ ରାଜଧାନୀରେ ଆରମ୍ଭ ହେବ ମାସିଭ ଟୀକାକରଣ । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ବଢିବ ଟୀକାକରଣ
ଭୁବନେଶ୍ୱରରେ ବଢିବ ଟୀକାକରଣ

ଭୁବନେଶ୍ବର: ଏପ୍ରିଲ ପହିଲାରୁ ଭୁବନେଶ୍ବରେ ଟୀକାକରଣକୁ ଦ୍ରୁତ କରାଯିବ । ଖାଲି ଟେଷ୍ଟିଂ ,ସଚେତନତା ନୁହେଁ ବରଂ ଏପ୍ରିଲ 1 ତାରିଖରୁ ରାଜଧାନୀରେ ଆରମ୍ଭ ହେବ ମାସିକ ଟୀକାକରଣ । ଟୀକାକରଣକୁ ଅଧିକ ତ୍ବରାନ୍ବିତ କରାଯିବ।

ଦୈନିକ ୮୦୦୦ ରୁ ଉର୍ଦ୍ଧ୍ବ ଟୀକାକରଣ କରାଯିବ। ୪୫ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟୀକାକରଣ କରାଯିବ ବୋଲି ଶୁକ୍ରବାର ସୂଚନା ଦେଇଛନ୍ତି ବିଏମସି କମିଶନର । ସମସ୍ତଙ୍କୁ ଟିକା ନେବା ପାଇଁ ଅନୁରୋଧ କରାଯାଉଛି । ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ। ଭୁବନେଶ୍ବରରେ ଦିନକୁ ଦିନ ସଂକ୍ରମଣ ବଢୁଛି । ଏହାକୁ ଦେଖି ବିଏମସି ପ୍ରସ୍ତୁତ ରହିଥିବା କମିଶନର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details