ଓଡିଶା

odisha

ETV Bharat / city

ପ୍ରୟାସର ସଫଳ ପ୍ରୟାସ: ବିବାହ ବନ୍ଧନରେ ଆବଦ୍ଧ ହେଲେ 25 ଯୋଡା ବର କନ୍ୟା - ପ୍ରୟାସର ସଫଳ ପ୍ରୟାସ

ଭୁବନେଶ୍ବର ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ସାମୂହିକ ବିବାହ । ବରଯାତ୍ରୀମାନଙ୍କ ସହିତ ବେଶ ଧୁମଧାମରେ ଆସି ପହଞ୍ଚିଥିଲେ ବର କନ୍ୟା ।

ବିବାହ ବନ୍ଧନରେ ଆବଦ୍ଧ ହେଲେ 25 ଯୋଡା ବର କନ୍ୟା
ବିବାହ ବନ୍ଧନରେ ଆବଦ୍ଧ ହେଲେ 25 ଯୋଡା ବର କନ୍ୟା

By

Published : Feb 2, 2020, 9:14 PM IST

ଭୁବନେଶ୍ବର: ପ୍ରୟାସର ଅନନ୍ୟ ପ୍ରୟାସ। ସମାଜର ବିଭିନ୍ନ ପ୍ରତିବନ୍ଧକ ପାଇଁ ନୂଆ ଜୀବନ ଆରମ୍ଭ କରିବାକୁ ଅସମର୍ଥ ହେଉଥିବା ଯୁବକ ଯୁବତୀଙ୍କୁ ବିବାହ ବନ୍ଧନରେ ଆବଦ୍ଧ କଲା ପ୍ରୟାସ ଅନୁଷ୍ଠାନ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁସାରେ ହାତଗଣ୍ଠି ପଡିବା ସହିତ ନୂଆ ସଂସାର ଆରମ୍ଭ କଲେ 25 ଯୋଡା ବର କନ୍ୟା।

ସ୍ଥାନୀୟ ରାମ ମନ୍ଦିର ପରିସରରେ ବରଯାତ୍ରୀମାନଙ୍କ ସହିତ ବେଶ ଧୁମଧାମରେ ଆସି ପହଞ୍ଚିଥିଲେ ବର କନ୍ୟା । ଆଉ ତା'ପରେ ନନାଙ୍କ ମନ୍ତ୍ରପାଠ ସହିତ ଆରମ୍ଭ ହୋଇଥିଲା ବିବାହ ବିଧି। ଯେଉଁଥିରେ ବିଭିନ୍ନ ବର୍ଗରୁ ଦରଖାସ୍ତ କରିଥିବା 40 ଯୋଡା ବର କନ୍ୟାଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା 25 ଯୋଡ଼ାଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ କରାଯିବା ସହିତ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ବର୍ଷକର ଆଵଶ୍ୟକତା ଅନୁଯାୟୀ ବ୍ୟବହାର ପାଇଁ ଉପହାର ମାନ ମଧ୍ୟ ପ୍ରଦାନ କରାଯାଇଛି।

ବିବାହ ବନ୍ଧନରେ ଆବଦ୍ଧ ହେଲେ 25 ଯୋଡା ବର କନ୍ୟା

ଏଭଳି ପ୍ରୟାସ ଦୀର୍ଘ 6 ବର୍ଷ ଧରି କରାଯାଉଥିବା କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ବନ ମହାନ୍ତି। ଯାହାକି ଧୀରେ ଧିରେ ରାଜ୍ୟର ଅନ୍ୟସ୍ଥାନମାନଙ୍କରେ ଅନୁପ୍ରାଣିତ ହେବାରେ ଲାଗିଛି। ତେବେ ଆଜି ପର୍ଯ୍ୟନ୍ତ ଏହା ମାଧ୍ୟମରେ 150 ଯୋଡା ବରକନ୍ୟାଙ୍କୁ ସାମାଜିକ ସ୍ବୀକୃତି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ତେବେ ଆଗାମୀ ବର୍ଷ ଏହାକୁ 100କୁ ବୃଦ୍ଧି ପାଇଁ ଲକ୍ଷ୍ୟ ରହିଥିବାବେଳେ ଏହି ଉତ୍ସବକୁ ରାଜ୍ୟ ସରକାର ସରକାରୀଭାବେ ଆୟୋଜନ କରିବାକୁ ସେ କହିଛନ୍ତି। ଏହି ସାମୂହିକ ବିବାହ ଉତ୍ସବ ଏକ ସୁନ୍ଦର ପ୍ରୟାସ ଭାବେ ଅନେକଙ୍କ ମୁହଁରେ ହସ ଭରିଦେଇଥିବାରୁ ଏଥିରେ ଭାଗ ନେଇଥିବା ପୁ ଝିଅ ମାନେ ଖୁସିବ୍ୟକ୍ତ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details