ଭୁବନେଶ୍ବର: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ପାଇଁ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ଭାଷା ରଖିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠିରେ ଅନୁରୋଧ କରିଛନ୍ତି ।
ଝାଡଖଣ୍ଡ ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ଓଡ଼ିଆ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବାକୁ ଚିଠି ଲେଖିଛନ୍ତି ସମୀର । ଝାଡଖଣ୍ଡରେ ଓଡିଆ ଶିକ୍ଷା ବାଦ୍ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟାରେ ଶିକ୍ଷାମନ୍ତ୍ରୀ ଦାଶ କହିଛନ୍ତି ଯେ, 'ସେପ୍ଟେମ୍ବର 20 ରେ ଝାଡଖଣ୍ଡ ସରକାର କରିଥିବା ନୋଟିଫିକେସନ ଅନୁସାରେ ପାଠ୍ୟକ୍ରମରୁ ବାଦ୍ ପଡିନି ଓଡ଼ିଆ । କେବଳ ପ୍ରାଥମିକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ସପ୍ତମ ପେପରରେ ଅନ୍ୟ ଭାଷା ଥିବାବେଳେ ଓଡ଼ିଆ ବାଦ୍ ପଡ଼ିଛି । ଏହା ସହ ବିଭିନ୍ନ ରାଜ୍ୟରେ ଉତ୍କଳ ସମ୍ମିଳନୀ ଜରିଆରେ 160 ଓଡ଼ିଶା ଶିକ୍ଷକ ଦିଆ ଯାଇଛି । ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଦୀର୍ଘ ଦିନ ଧରି ବୁଝାମଣା ରହିଛି । ପ୍ରତି ବର୍ଷ ବହି ମଧ୍ୟ ଦିଆଯାଉଛି । ଚଳିତ ବର୍ଷ ବହି ନଥିବା ନେଇ ଆମ ପାଖେ ଖବର ନାହିଁ, ଆମେ ବୁଝିବୁ ।'