ଭୁବନେଶ୍ବର: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ ସମ୍ପର୍କ ପଦଯାତ୍ରା ପରିବର୍ତ୍ତେ ସେବା କାର୍ଯ୍ୟକ୍ରମ କରିବା ଲାଗି ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ନିମାପଡା ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗଣଶିକ୍ଷା ମନ୍ତ୍ରୀ ଗାନ୍ଧୀ ଜୟନ୍ତୀରେ ସାମାଜିକ ସେବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
ଉଦାହରଣ ସାଜିଲେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ନିଜ ନିର୍ବାଚନ ମଣ୍ଡଳୀ ନିମାପଡାରେ ଶହୀଦ ସଂସଦ ପଡିଆକୁ ସଫେଇ କରିଛନ୍ତି ମନ୍ତ୍ରୀ । ଏହାସହ ଗୋପ ମେଡ଼ିକାଲକୁ ମଧ୍ୟରେ ସହଯୋଗୀଙ୍କ ସଫେଇ କରିଛନ୍ତି ମନ୍ତ୍ରୀ ।