ଓଡିଶା

odisha

RTEରେ ନାମଲେଖା ପ୍ରସଙ୍ଗ, ଖିଲାପକାରୀ ସ୍କୁଲ ବିରୁଦ୍ଧରେ ରିପୋର୍ଟ ତଲବ

ଆରଟିଇରେ (Right to Free and Compulsory Education)ନାମଲେଖା ଖିଲାପକାରୀ ସ୍କୁଲ ବିରୁଦ୍ଧରେ ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିବାକୁ ନିର୍ଦ୍ଦେଶ ହୋଇଛି । ଆରଟିଇରେ ନାମଲେଖାକୁ ମନା କରୁଥିବା ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଅଧିକ ପଢନ୍ତୁ

By

Published : Jul 29, 2022, 10:05 AM IST

Published : Jul 29, 2022, 10:05 AM IST

RTEରେ ନାମଲେଖା ପ୍ରସଙ୍ଗ
RTEରେ ନାମଲେଖା ପ୍ରସଙ୍ଗ

ଭୁବନେଶ୍ବର:ଆରଟିଇରେ (Right to Free and Compulsory Education)ନାମଲେଖା ଖିଲାପକାରୀ ସ୍କୁଲ ବିରୁଦ୍ଧରେ ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିବାକୁ ନିର୍ଦ୍ଦେଶ ହୋଇଛି । ଆରଟିଇରେ ନାମଲେଖାକୁ ମନା କରୁଥିବା ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । 15 ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଗଣଶିକ୍ଷା ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ 25000 ପିଲା ଆଡ଼ମିସନ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି ।

RTEରେ ନାମଲେଖା ପ୍ରସଙ୍ଗ

2009 ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ 25% ସିଟ ସଂରକ୍ଷଣ ବ୍ୟବସ୍ଥା ରହିଛି l ଗତବର୍ଷ ଏହି ଆଇନ କାର୍ଯ୍ୟକାରୀ ହୋଇ ମାତ୍ର ପାଞ୍ଚ ହଜାର ପିଲା ଆଡ଼ମିସନ କରିଥିଲେ l ଆଇନ ସଠିକ କାର୍ଯ୍ୟକାରୀ ହେଲେ ପାଖାପାଖି ବର୍ଷକୁ ସତୁରି ହଜାରରୁ ଅଧିକ ଗରିବ ପିଲା ଏହି ସୁବିଧା ପାଇବେ । ଏବର୍ଷ ମଧ୍ୟ ପ୍ରାୟ ପନ୍ଦର ହଜାର ପିଲା ଆଡ଼ମିସନ ପାଇଁ ପୋର୍ଟାଲରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି l ଏହି ଯୋଜନାରେ ତିନିରୁ ସାତ ବର୍ଷ ମଧ୍ୟରେ ପିଲା ଉଭୟ ନର୍ସରୀ ଓ ପ୍ରଥମ ଶ୍ରେଣୀରେ ଆଡ଼ମିସନ ପାଇଁ ବ୍ୟବସ୍ଥା ରହିଛି । ହେଲେ ପ୍ରାଇଭେଟ ସ୍କୁଲ ମାନେ ଏହି ସ୍କିମରେ ଆଡ଼ମିସନ ପାଇଁ ଅଭିଭାବକ ଓ ପିଲାଙ୍କୁ ମନା କରୁଛନ୍ତି ।

ରାଜଧାନୀର କିଛି ଇଂରାଜୀ ମାଧ୍ୟମିକ ସ୍କୁଲ ପିଲାଙ୍କୁ ଏହି ସ୍କିମରେ ଆଡ଼ମିସନ କରିବାକୁ ସଫା ସଫା ମନା କରୁଛନ୍ତି। ତେଣୁ ସେହି ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାର ସ୍ବୀକୃତି ପ୍ରତ୍ୟାହାର ପାଇଁ ବ୍ୟବସ୍ଥା କରିବାକୁ ଓଡିଶା ଅଭିଭାବକ ମହାସଂଘ ଦାବି କରିଥିଲା । ଏନେଇ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସହିତ ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଖିଲାପକାରୀ ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଓ ଫାଇନ କରିବାକୁ ଅନୁରୋଧ କରିଥିଲେ । ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଗଣଶିକ୍ଷା ମନ୍ତ୍ରୀ ଓ ଅଫିସର ମାନେ ଯୋଗ ଦେଇ ଖିଲାପକାରୀଙ୍କ ବିରୁଦ୍ଧରେ ଦୁଷ୍ଟାନ୍ତମୂଳକ କାଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏହା ସହ 15 ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ଗଣଶିକ୍ଷା ପ୍ରମୁଖ ସଚିବ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ରିପୋର୍ଟ ତଲବ କରିଛନ୍ତି l ଏହି ସ୍କିମରେ ଆଡ଼ମିସନ ପାଇଁ ଆସନ୍ତା କିଛି ଦିନ ଭିତରେ ପୁଣି ପୋର୍ଟାଲ ଖୋଲାଯାଇ ବର୍ଷକରେ ପ୍ରାୟ 25000 ପିଲା ଆଡ଼ମିସନ ପାଇଁ ଲକ୍ଷ୍ୟ ରହିଛି ବୋଲି ପ୍ରମୁଖ ସଚିବ ଆଲୋଚନା ସମୟରେ କହିଛନ୍ତି ।

ଇଟିଭି ଭାରତ ,ଭୁବନେଶ୍ବର

ABOUT THE AUTHOR

...view details