ଭୁବନେଶ୍ବର:ଫାଇଲେରିଆ ନିରାକରଣ ପାଇଁ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ ଅଭିଯାନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟରେ ୨ଟି ପର୍ଯ୍ୟାୟରେ "ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ" ହେବାକୁ ଥିବା ବେଳେ 10 ଫେବୃଆରୀରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ।
ପ୍ରଥମ ପର୍ଯ୍ୟାୟରେ ୮ ଟି ଜିଲ୍ଲା ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ନୟାଗଡ଼ ଏବଂ ନୂଆପଡା ଠାରେ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୦ରୁ ୭ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ। ବରଗଡ, କେନ୍ଦୁଝର,କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡରେ ଆରମ୍ଭ ହେବ । ଏହି ରାଜ୍ୟ ସ୍ତରୀୟ ଅଭିଯାନ ଆସନ୍ତାକାଲି(ଗୁରୁବାର) ଶୁଭାରମ୍ଭ ହେବ।
ଏହାବି ପଢନ୍ତୁ :ରାଜଧାନୀରେ ଭାଙ୍ଗୁଛି ନିଶା ମାଫିଆଙ୍କ ଗଡ, ପୌର ନିର୍ବାଚନ ପୂର୍ବରୁ ଚଢାଉ ଜୋରଦାର