ଓଡିଶା

odisha

ETV Bharat / city

ରାଜ୍ୟ କାର୍ଯ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରି ନବୀନଙ୍କ ଜନ୍ମଦିନ ପାଳିଲା BJD - ନବୀନଙ୍କ ଜନ୍ମ ଦିନରେ ବିଜେଡିର ବିଶାଳ ରକ୍ତଦାନ ଶିବିର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଜୁ ଜନତା ଦଳ ତରଫରୁ ଏକ ରକ୍ତ ଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ନବୀନଙ୍କ ଜନ୍ମ ଦିନରେ ବିଜେଡିର ବିଶାଳ ରକ୍ତଦାନ ଶିବିର
ନବୀନଙ୍କ ଜନ୍ମ ଦିନରେ ବିଜେଡିର ବିଶାଳ ରକ୍ତଦାନ ଶିବିର

By

Published : Oct 16, 2022, 10:55 PM IST

Updated : Oct 17, 2022, 7:50 AM IST

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଜୁ ଜନତା ଦଳ ତରଫରୁ ଏକ ରକ୍ତ ଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବିଜେଡି କାର୍ଯ୍ୟାଳୟରେ ଏକ ବିଶାଳ ରକ୍ତ ଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ରକ୍ତ ଦାନ ଶିବିରରେ ବହୁ ସ୍ବେଚ୍ଛାସେବୀ, ଯୁବ ବର୍ଗ, ଛାତ୍ରମାନେ ଯୋଗ ଦେଇ ରକ୍ତ ଦାନ କରିଥିଲେ ।

ନବୀନଙ୍କ ଜନ୍ମ ଦିନରେ ବିଜେଡିର ବିଶାଳ ରକ୍ତଦାନ ଶିବିର
ରାଜ୍ୟ କାର୍ଯ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରି ନବୀନଙ୍କ ଜନ୍ମଦିନ ପାଳିଲା BJD

ସେହିପରି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓୟୁଏଟିରେ ମଧ୍ୟ ଯୁବ ବିଜେଡି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ହୋଇଥିବା ଏହି ରକ୍ତ ଦାନ ଶିବିରରେ ମୋଟ ୩୦୦ ରୁ ୪୦୦ ୟୁନିଟର ରକ୍ତ ସଂଗ୍ରହ କରାଯାଇଥିବା କହିଛନ୍ତି କର୍ମକର୍ତ୍ତା । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଦୁଇଟି ରକ୍ତ ଦାନ ଶିବିରର ଉଦଘାଟନ କରିଥିଲେ । ବିଜୁ ଜନତା ଦଳର ଏହି ରକ୍ତ ଦାନ ଶିବିରରେ ରକ୍ତ ଦାନ କରିଥିବା ବ୍ୟକ୍ତିମାନେ ନବୀନ ପଟ୍ଟନାୟକଙ୍କର ଦୀର୍ଘାୟୁ କାମନା କରିବା ସହ ଏହି ଅଭିଯାନରେ ସାମିଲ ହେବା ପାଇଁ ଅନ୍ୟମାନଙ୍କୁ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 17, 2022, 7:50 AM IST

ABOUT THE AUTHOR

...view details