ଓଡିଶା

odisha

ETV Bharat / city

ବସଷ୍ଟାଣ୍ଡରେ ଦିଆଯିବ ମାସ୍କ, ଆରଟିଓ ଅଫିସରେ ଭିଡ ନ ଜମେଇବାକୁ ପରାମର୍ଶ - Covid-19 latest news

କୋରୋନାକୁ ନେଇ ପରିବହନ କ୍ଷେତ୍ରରେ ସତର୍କତା ଅବଲମ୍ବନ କରାଯାଇଛି । ବସଷ୍ଟାଣ୍ଡରେ ମାସ୍କ ଦିଆଯିବ ବୋଲି ସୂଚନା ମିଳିଛି । ସେହିପରି ଆରଟିଓ ଅଫିସରେ ଭିଡ ନ ଜମେଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ...

transport minister
ବସଷ୍ଟାଣ୍ଡରେ ଦିଆଯିବ ମାସ୍କ, ଆରଟିଓ ଅଫିସରେ ଭିଡ ନ ଜମେଇବାକୁ ପରାମର୍ଶ

By

Published : Mar 17, 2020, 3:12 PM IST

ଭୁବନେଶ୍ବର: କୋରୋନାକୁ ନେଇ ଭିଡ ଜାଗାରେ ନରହିବାକୁ ପରାମର୍ଶ ଦିଆଯାଉଥିବାବେଳେ ବସରେ ଭିଡକୁ ଲକ୍ଷ ରଖି ସରକାର ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବିଭାଗ ଅଧିକାରୀ ଓ ଘରୋଇ ବସ ମାଲିକ ସଙ୍ଘ ସହିତ ଆଲୋଚନା କରାଯାଇଛି । ପ୍ରତି ଜିଲ୍ଲାର ବସଷ୍ଟାଣ୍ଡରେ ସ୍ବଛତା ଉପରେ ଗୁରୁତ୍ବ ଦେବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ବସଷ୍ଟାଣ୍ଡରେ ଦିଆଯିବ ମାସ୍କ, ଆରଟିଓ ଅଫିସରେ ଭିଡ ନ ଜମେଇବାକୁ ପରାମର୍ଶ

ଏହାସହ ପୂର୍ବାପେକ୍ଷା ଲୋକଙ୍କ ସଂଖ୍ୟା କମହେଉଥିବାରୁ ମାସ୍କ ଯୋଗାଇଦେବା ଉପରେ ଗୁରୁତ୍ବ ଦିଆଯାଉଛି । ବସଷ୍ଟାଣ୍ଡ ଗୁଡିକରେ କିପରି ମାସ୍କ ଯୋଗାଇ ଦିଆଯିବ ସେନେଇ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି । ସେହିପରି ଆରଟିଓ ଅଫିସ ଭିଡ ଉପରେ ବି ଲଗାମ ଲଗାଇବେ ସରକାର। ଦିନକୁ 50 ଭିତରେ ଲୋକଙ୍କୁ ସୀମିତ ରଖିବାକୁ ପ୍ରୟାସ କରାଯିବ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି ।

ଅନ୍ୟପଟେ ପ୍ରାଇଭେଟ୍ ବସଗୁଡିକ ବସରେ ସାନିଟାଇଜେସନ କରିବାର ବ୍ୟବସ୍ଥା ଆପଣାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details