ଭୁବନେଶ୍ବର: କୋରୋନା ପାଇଁ କଠୋର ହୋଇଛି କମିସନରେଟ ପୋଲିସ। ମାସ୍କ ନ ପିନ୍ଧିଲେ କିମ୍ବା ସାମାଜିକ ଦୂରତା ନମାନିଲେ ଫାଇନ କାଟୁଛି ପୋଲିସ। ହେଲେ ଏସବୁ ଭିତରେ ବି ଅମାନିଆଙ୍କ ବି କମ ଭାଉ ନାହିଁ। ନିୟମ ଉଲ୍ଲଙ୍ଘନ କରୁଥିବା ଜଣେ ଅମାନିଆ ସେନା କର୍ମଚାରୀଙ୍କ ଠାରୁ ଫାଇନ ଆଦାୟ ବେଳେ ଅଯଥା ଯୁକ୍ତି କରିବା ସହ ପୋଲିସ ଓ ସେନା କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି ।
ବାଣୀବିହାର ଛକରେ ଗତ ରବିବାର ଦିନ ୨ଟା ସମୟରେ ପୋଲିସ ହାତରେ ଧରାପଡିଥିଲେ ଦମ୍ପତି। ହେଲମେଟ ପିନ୍ଧିଥିବା ବ୍ଯକ୍ତି ଜଣଙ୍କ ମାସ୍କ ନ ପିନ୍ଧିଥିବାରୁ କମିସନରେଟ ପୋଲିସ ସେମାନଙ୍କୁ ଅଟକାଇବା ସହ ଫାଇନ ମାଗିଥିଲେ । ହେଲେ ଏତିକିରେ ସେନା କର୍ମଚାରୀ ଜଣକ ରାଗି ଯାଇ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।